
ବ୍ରହ୍ମପୁର, ୧୩/୧୨/୨୧ (ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲାରେ କ୍ଷୟକ୍ଷତି ଅଞ୍ଚଳ ବୁଲି ଦେଖିଛନ୍ତି କେନ୍ଦ୍ରୀୟ ଟିମ। ଆଜି ସକାଳୁ ଜିଲ୍ଲାର ବିଭିନ୍ନ ଫସଲ ନଷ୍ଟ ହୋଇଥିବା ସ୍ଥାନକୁ ବୁଲି ଦେଖିଛନ୍ତି। ପ୍ରଥମେ ରଙ୍ଗେଇଲୁଣ୍ଡା ବ୍ଲକର ନଷ୍ଟ ହୋଇଥିବା ବିଭିନ୍ନ ଚାଷ ଜମି ବୁଲିବା ପରେ ଛତ୍ରପୁର ବ୍ଲକର କଣମଣା ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଥିଲେ ।
ଏହା ପରେ ଖଲ୍ଲିକୋଟ ବ୍ଲକର କୋମଣ୍ଡ ପଞ୍ଚାୟତର ଚାଷ ଜମି ଦେଖିବାକୁ ଯିବେ । ଏହି ଦୁଇଜଣିଆ କେନ୍ଦ୍ରୀୟ ଟିମଙ୍କ ସହ ଜିଲ୍ଲାର କୃଷି, ଉଦ୍ୟାନ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଅଛନ୍ତି। ଏହି ଟିମ କ୍ଷୟକ୍ଷତି ସ୍ଥାନକୁ ବୁଲି କେତେ ପରିମାଣରେ କ୍ଷତି ହୋଇଛି ତାହାର ଆକଳନ କରିବା ସହ ଏନେଇ ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେବେ ବୋଲି ସୂଚନା ମିଳିଛି।



