Tuesday, October 13, 2026
Home ଅପରାଧ ଗ୍ରାହକ ସାଜି ଆସିଲେ, ୪ଟି ମୋବାଇଲ ଧରି ପଲସରେ ଚମ୍ପଟ୍ ମାରିଲେ ୨ ଦୁର୍ବୃତ୍ତ

ଗ୍ରାହକ ସାଜି ଆସିଲେ, ୪ଟି ମୋବାଇଲ ଧରି ପଲସରେ ଚମ୍ପଟ୍ ମାରିଲେ ୨ ଦୁର୍ବୃତ୍ତ

8

ଟିଟିଲାଗଡ଼,୧୩/୧୨/୨୧ (ଜିଲ୍ଲା ଖବର ) : ମୋବାଇଲ ଦୋକାନରେ ଲୁଟ୍। ଗ୍ରାହକ ସାଜି ମୋବାଇଲ କିଣିବାକୁ ଆସିଲେ। ଜିନିଷ ଦେଖିଲେ। ଦୋକାନୀର ଅନ୍ୟମନସ୍କତାର ସୁଯୋଗ ନେଇ ଅତି ଚତୁରତାର ସହିତ ୪ଟି ଫୋନ୍ ଧରି ଚମ୍ପଟ୍ ମାରିଲେ ୨ ଦୁର୍ବୃତ୍ତ। ଏନେଇ ଦୋକାନୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲାର ଛାନ୍‌ଭିନ୍ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ରବିବାର ଦିନ ସନ୍ଧ୍ୟା ବେଳେ କିରଣ ମୋବାଇଲ ଦୋକାନକୁ ଏକ ନମ୍ବର ବିହୀନ ପଲସର ବାଇକରେ ୨ଜଣ ଦୁର୍ବୃତ୍ତ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମୋବାଇଲ ଦୋକାନକୁ ଯାଇ ଏଣ୍ଡ୍ରଏଡ ମୋବାଇଲ ଦେଖାଇବାକୁ କହିଥିଲା । ଅନ୍ୟ ଜଣେ ବାଇକରେ ବସି ରହିଥିଲା। ଦୋକାନୀ ୫ଟି ବିଭିନ୍ନ କମ୍ପାନିର ମୋବାଇଲ ଦେଖାଉଥିବା ବେଳେ ଗ୍ରାହକ ଜଣକ ଗୋଟିଏ ମୋବାଇଲକୁ କାଉଣ୍ଟରରୁ ତଳକୁ ଖସାଇ ଦେଇଥିଲା। ଦୋକାନୀ ଜଣକ ଖସି ପଡିଥିବା ମୋବାଇଲକୁ ଉଠାଉଥିବା ବେଳେ କାଉଣ୍ଟର ଉପରେ ରହିଥିବା ୪ଟି ଫୋନ୍ ସାଉଁଟି ବାଇକରେ ବସି ଫେରାର ମାରିଥିଲା । ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ନିକଟରେ ରହିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛନ୍ତି ।