
ଭୁବନେଶ୍ୱର,୧୩/୧୨/୨୧ (ଜିଲ୍ଲା ଖବର ) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟଶଣ ଯୋଜନା (ବିଏସକେୱାଇ) ହେଲଥ୍ କାର୍ଡର ଶୁଭାରମ୍ଭ କରିଛନ୍ତି । ତେଣୁ ଆଜି କଟକର ଉପର ବାଲିଯାତ୍ରା ପଡ଼ିଆରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ଆଜି କଟକରେ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଆଜି କଟକରେ ବିଭିନ୍ନ ପ୍ରକଳ୍ପର ଶିଳନ୍ୟାସ ଓ ଉଦଘାଟନ କରିବା ସହ ଉଦବୋଧନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କଟକ ବାସୀଙ୍କୁ ୧୫୬୭ କୋଟିର ଶତାଧିକ ପ୍ରକଳ୍ପର ଭେଟି ଦେଇଛନ୍ତି । ଏହାଫଳରେ ୧୪ଟି ବ୍ଲକ ଓ ୩ଟି ସହରାଞ୍ଚଳର ୧୮ ଲକ୍ଷ ଲୋକ ଉପକୃତ ହେବେ ।



