Home ଅପରାଧ ପୁରୀ ଭାର୍ଗବୀ-ନୂଆନଈ ଠାରେ ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ ଭାର୍ଗବୀ-ନୂଆନଈ ଠାରେ ଯୁବକଙ୍କ ମୃତଦେହ ଉଦ୍ଧାର

16

ପୁରୀ,୧୩/୧୨/୨୧ (ଜିଲ୍ଲା ଖବର ) :  ପୁରୀ ଭାର୍ଗବୀ-ନୂଆନଈ ଠାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।  ୨ଦିନ ଧରି ଯୁବକ ଜଣଙ୍କ ନିଖୋଜ ଥିଲେ। ଶନିବାର ବିଳମ୍ବିତ ରାତିରେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାନବନ୍ଧ କେରା ଗ୍ରାମର ଚିତ ନିଜ ସାଙ୍ଗଙ୍କ ସହ ରୋଷେଇ କରୁଥିବା ବେଳେ କେଉଁ ଆଡେ ନିଖୋଜ ହୋଇଯାଇଥିଲେ। ଘରକୁ ନଫେରିବାରୁ ପରିବାର ଲୋକେ ସଦର ଥାନାରେ ଜଣାଇଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

 ସଦରଥାନା ଅନ୍ତର୍ଗତ ଗଡମୃଗଶୀର ନିକଟ ନୂଆନଇ ଠାରେ ପଡିଥିଲା ଚିତଙ୍କ ପର୍ସ, ଚେନ ଏବଂ ବାଇକ୍। ଚିତଙ୍କ ସହ ଯାଇଥିବା ତାଙ୍କ ବନ୍ଧୁ ମଧ୍ୟ ସେହିଠାରେ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ। କିନ୍ତୁ ଚିତଙ୍କ ପତାମିଳିନଥିଲା।

ଦିନ ତମାମ ପୋଲିସ ନଦୀ ଭିତରେ ଚିତଙ୍କୁ ଖୋଜିଥିଲା। ହେଲେ ପାଇନଥିଲା। ଆଜି ଭୋରୁ ନଦୀ ଭିତରେ ଚିତଙ୍କ ମୃତ ଶରୀର ପଡିଥିବା ସ୍ଥାନିୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ।