Home ଆଞ୍ଚଳିକ 21 ବର୍ଷ ପରେ ବ୍ରହ୍ମାଣ୍ଡ ସୁନ୍ଦରୀ ହେଲେ ଭାରତର ହରନାଜ ସାନ୍ଧୁ

21 ବର୍ଷ ପରେ ବ୍ରହ୍ମାଣ୍ଡ ସୁନ୍ଦରୀ ହେଲେ ଭାରତର ହରନାଜ ସାନ୍ଧୁ

34

୧୩/୧୨/୨୧ (ଜିଲ୍ଲା ଖବର ) : ଭାରତର ହରନାଜ କୌର ସାନ୍ଧୁ ହେଲେ ବ୍ରହ୍ମାଣ୍ଡ ସୁନ୍ଦରୀ । ବିଶ୍ୱର ୮୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇଲେ ୨୧ ବର୍ଷୀୟା ହରନାଜ । ୨୧ ବର୍ଷ ପରେ ଭାରତୀୟ ଭାବେ ପିନ୍ଧିଲେ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ । ୨୦୦୦ ମସିହାରେ ଲାରା ଦତ୍ତ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ । ସେହିପରି ୧୯୯୪ରେ ସୁସ୍ମିତା ସେନ ମିସ ୟୁନଭର୍ସ ହୋଇଥିଲେ । ଏବେ ଏହି ତାଲିକାରେ ଏବେ ହରନାଜ ସାନ୍ଧୁ ଯୋଡ଼ି ହୋଇଯାଇଛନ୍ତି ।

ପଞ୍ଜାବର ୨୧ ବର୍ଷୀୟ ହରନାଜଙ୍କୁ ଫାଇନାଲ ରାଉଣ୍ଡରେ ପାରାଗୁୟେ ଓ ଦକ୍ଷିଣ ଆଫ୍ରିକାର ପ୍ରତିଯୋଗୀ ବେଶ ଚ୍ୟାଲେଞ୍ଜ ଦେଇଥିଲେ । ତେବେ ଶେଷ ମୁହୂର୍ତ୍ତରେ ହରନାଜ ମୁକୁଟ ହାତେଇବାକୁ ସକ୍ଷମ ହୋଇଛନ୍ତି । ତାଙ୍କୁ ୨୦୨୦ର ମିସ୍‌ ୟୁନିଭର୍ସ ମେକ୍ସିକୋର ଆଣ୍ଡ୍ରେଆ ମେଜା ବିଜୟ ମୁକୁଟ ପିନ୍ଧାଇଛନ୍ତି । ଏକାଧିକ ପଞ୍ଜାବୀ ଫିଲ୍କରେ ଅଭିନୟ କରିଥିବା ହରନାଜ ଫେମିନା ମିସ୍‌ ଇଣ୍ଡିଆ ପଞ୍ଜାବ ଭଳି ଅନେକ ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ।

ମାତ୍ର ୧୭ ବର୍ଷ ବୟସରେ ହରନାଜ ମଡେଲିଂ କରିବା ଆରମ୍ଭ କରିଥିଲେ । ସେ ୨୦୨୧ ମିସ୍‌ ଡିଭା, ଫେମିନା ମିସ ଇଣ୍ଡିଆ ପଞ୍ଜାବ ୨୦୧୯ ଟ୍ରଫି ଜିତିଛନ୍ତି । ସେହିପରି ୨୦୧୯ ଫେମିନା ମିସ୍‌ ଇଣ୍ଡିଆର ଟପ୍‌ ୧୨ରେ ମଧ୍ୟ ସେ ସ୍ଥାନ ପାଇଥିଲେ ।