ଛେଳି ଚରାଉଥିବାବେଳେ ଅପହରଣ ଉଦ୍ୟମ

18

କଳାହାଣ୍ଡି, ୧୩/୧୨/୨୧ (ଜିଲ୍ଲା ଖବର ) :  କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ଥାନାଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଉଦ୍ୟମ ଅଭିଯୋଗ । ଘଟଣାରେ ଜଣେ କ୍ରସର କର୍ମଚାରୀଙ୍କୁ ଅଟକ ରଖିଛି ପୋଲିସ ।

ବିଶ୍ବନାଥପୁର ଥାନାଞ୍ଚଳର ୧୧ ବର୍ଷିୟା ନାବାଳିକା ନିଜ ଗାଁ ନିକଟରେ ଛେଳି ଚରାଉଥିବାବେଳେ କ୍ରସର କର୍ମଚାରୀ ସାହାଣୀ ତାକୁ ବଳପୂର୍ବକ ଅପହରଣ କରିନେବାକୁ ଉଦ୍ୟମ କରୁଥିଲା । ଏହି ସମୟରେ ନାବାଳିକା ଜଣଙ୍କ ଚିତ୍କାର ଶୁଣି ତାଙ୍କ ବାପା ଓ ସ୍ଥାନୀୟ ଲୋକ ସେଠାକୁ ଦୌଡି ଆସିଥିଲେ ।

ଲୋକେ ବୁଧାମକୁ ନିର୍ଧୁମ ଛେଚିବା ସହ ବିଶ୍ବନାଥପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଧାମକୁ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ନେଇ ପଚରା ଉଚରା ଚଳାଇଛି ।