
କଟକ, ୧୩/୧୨/୨୧ (ଜିଲ୍ଲା ଖବର ) : ଆଜି ସ୍ମାର୍ଟକାର୍ଡ ବାଣ୍ଟିବାକୁ କଟକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟକାର୍ଡ ବାଣ୍ଟିବା ସହିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ବୋଲି ଜଣାପଡିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ କଟକ ବିଧାୟକ ମହମ୍ମଦ ମୋକିମ୍ ବିରୋଧ କରି ମୌନ ବ୍ରତରେ ବସିବେ ବୋଲି ସୂଚନା ମିଳିଛି।
ଓଡିଶାର ମୁଖ୍ୟମନ୍ତ୍ରୀ ତଥା ଗୃହ ମୁଖ୍ୟ ବିଧାନସଭା ଅଧିବେଶନରେ ଉପସ୍ଥିତ ନ ରହି ଓଡିଶାର ସାଢେ ଚାରି କୋଟି ଜନତାଙ୍କ ଆଶା ଓ ଆକାଂକ୍ଷାର ମନ୍ଦିର ବିଧାନସଭାକୁ ଅବମାନନା କରିଛନ୍ତି। ଏହା ବିରୋଧରେ ମୋକିମ ଧାରଣାରେ ବସିବେ ବୋଲି ଜଣାପଡିଛି।



