
କଟକ,୧୩/୧୨/୨୧ (ଜିଲ୍ଲା ଖବର ) : ଆଜି ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିରୋଧ କରି ମୌନ ବ୍ରତରେ ବସିବେ ବିଧାୟକ ମହମ୍ମଦ ମୋକିମ୍। ଓଡିଶାର ମୁଖ୍ୟମନ୍ତ୍ରୀ ବିଧାନସଭା ଅଧିବେଶନରେ ଉପସ୍ଥିତ ନ ରହି ସାଢେ ଚାରି କୋଟି ଜନତାଙ୍କ ଆଶା ଓ ଆକାଂକ୍ଷାର ମନ୍ଦିର ବିଧାନସଭାକୁ ଅବମାନନା, ପ୍ରତାରଣା ଓ ଅପମାନିତ କରିଛନ୍ତି।
ତେଣୁ ତାଙ୍କ ବିରୁଦ୍ଧରେ ପୂର୍ବାହ୍ନ ସମୟରେ ପୁରିଘାଟ ସ୍ଥିତ ଗାନ୍ଧୀ ସ୍ମୃତି ପୀଠ ଠାରେ ବିଧାୟକ ମହମ୍ମଦ ମୋକିମଙ୍କ ପ୍ରତୀକ ଧାରଣା ଦେବେ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟକାର୍ଡ ବାଣ୍ଟିବା ସହିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ବୋଲି ଜଣାପଡିଛି।



