୪୦ରୁ ଉର୍ଦ୍ଧ୍ୱ ଛାତ୍ରୀ କୋଭିଡ୍ ପଜିଟିଭ୍

6

ମୟୂରଭଞ୍ଜ,୧୩/୧୨/୨୧ (ଜିଲ୍ଲା ଖବର ) : ମୟୂରଭଞ୍ଜ କପ୍ତିପଦା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ପଶିଛି କରୋନା । ୪୦ ରୁ ଉର୍ଦ୍ଧ୍ୱ ଛାତ୍ରୀ କୋଭିଡ୍ ପଜିଟିଭ୍ ହୋଇଛନ୍ତି । ଯାହାକୁ ନେଇ ଚିନ୍ତାରେ ସ୍ବାସ୍ଥ୍ୟ ବିଭାଗ ।

ଏହି ଘଟଣା ଜଣାପଡିବା ପରେ କପ୍ତିପଦାରୁ ମେଡିକାଲ ଟିମ୍ ବିଦ୍ୟାଳୟରେ ପହଂଚି ବିଦ୍ୟାଳୟରେ ଥିବା ଅନ୍ୟ ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନମୁନା ସଂଗ୍ରହ କରୁଛନ୍ତି । ଏହା ସହିତ ଆଂଟିଜେନରେ ପଜିଟିଭ୍ ଚିହ୍ନଟ ହୋଇଥିବା ଛାତ୍ରୀଙ୍କର ଆରଟିପିସିଆର ଟେଷ୍ଟ କରାଯିବା ନିମନ୍ତେ ନମୁନା ସଂଗ୍ରହ କରାଯାଇଛି ।

ଏହା ବ୍ୟତୀତ କରୋନା ପଜିଟିଭ୍ ଚିହ୍ନଟ ହୋଇ ନ ଥିବା ଛାତ୍ରୀମାନଙ୍କୁ ଅନ୍ୟ ସ୍ଥାନରେ ରଖାଯିବାର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି ।