Thursday, October 15, 2026
Home ଆଞ୍ଚଳିକ ପାଟପୁର କଲେଜରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ

ପାଟପୁର କଲେଜରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ

34

ସାନଖେମୁଣ୍ଡି (ଜିଲ୍ଲା ଖବର) : ବିଶ୍ୱ ଏଚ.ଆଇ.ଭି ଓ ଏଡ଼ସ୍ ଦିବସ ପାଳନ ଅବସରରେ ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ଯୁବ ରେଡ଼ କ୍ରସ ତରଫରୁ ଏକ ସଚେତନତା ଧର୍ମୀ ସାଇକେଲ ପଦଯାତ୍ରା ଅନୁଷ୍ଠିତ ହୋଇଅଛି। ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ସଂଯୋଜକ ଅଧ୍ୟାପକ ଶ୍ରୀ ବିଜୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର ସଭାର ଆୟୋଜନ ସହ ଉପସ୍ଥିତ ଶିକ୍ଷାର୍ଥୀଙ୍କୁ ଏଡ଼ସ୍ ର ଭୟାବହତା ଓ ତାର ନିରାକରଣର ଉପାଦେୟତା ସମ୍ପର୍କରେ ସଚେତନତା ବାର୍ତା ପ୍ରଚାର କରାଯାଇଥିଲା। ସାଇକେଲ ରାଲି ଦ୍ଵାରା କଲେଜ ଛାତ୍ରଙ୍କ ଦ୍ୱାରା ପରିକ୍ରମା କରି ପାଟପୁର, ମହାନଳା, ଉସ୍ଥା, ଜଗନ୍ନାଥପୁର, ଜୟନଗର, ଏରେଣ୍ଡା ପ୍ରମୁଖ ଗ୍ରାମ ପରିକ୍ରମା କରାଯାଇ ପଥପ୍ରାନ୍ତ ସଭାର ଆୟୋଜନ କରିଥିଲେ। କାର୍ଯ୍ୟକ୍ରମକୁ କଲେଜ ଛାତ୍ର ଅଜିତ, ଦୀପକ, ନାରାୟଣ, ତୋଫାନ ପ୍ରମୁଖ ପରିଚାଳନା କରିଥିଲେ।

ରିପୋର୍ଟ: ପ୍ରଫୁଲ୍ଲ ସାବତ