Tuesday, October 20, 2026
Home ଅପରାଧ ଭାରସାମ୍ୟ ହରାଇ ଓଲଟି ପଡ଼ିଲା କାର, ଦୁଇ ଆହତ

ଭାରସାମ୍ୟ ହରାଇ ଓଲଟି ପଡ଼ିଲା କାର, ଦୁଇ ଆହତ

14

କନ୍ଧମାଳ, ୧୩/୧୨/୨୧ (ଜିଲ୍ଲା ଖବର ) : ବୁଲାଣି ରାସ୍ତାରେ ଓଲଟି ପଡ଼ିଲା କାର। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଆମ୍ବଖାଲିଆ ନିକଟରେ ଘଟିଛି ଏହି ଦୁର୍ଘଟଣା।

ଏଥିରେ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି। ହରିଆଣାର 2 ଜଣ ଯୁବକ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ। ଆଜି ଭୋରରେ ସେମାନେ ସେଠାରୁ ଫେରୁଥିଲେ।

 ସେମାନେ ୫୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଆମ୍ବଖାଲିଆ ନିକଟରେ ଏକ ବୁଲାଣିରେ କାରଟି ଭାରସାମ୍ୟ ହରାଇଥିଲା। ଫଳରେ କାରଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।

କାରରେ ବସିଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଛନ୍ତି। ଘନ କୁହୁଡ଼ି ଓ ତୀକ୍ଷ୍ଣ ବୁଲାଣି ରାସ୍ତା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।