
୧୩/୧୨/୨୧ (ଜିଲ୍ଲା ଖବର ) : ଆସିକା ବ୍ଲକ ଗୁଣ୍ଠପଡା ଗ୍ରାମପଞ୍ଚାୟତ ଠାରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ହୋଇ ଯାଇଛି. ସ୍ଥାନୀୟ ବିଧାୟିକା ମଞ୍ଜୁଳା ସ୍ୱାଇଁ ଯୋଗଦେଇ ସମସ୍ତ ପ୍ରକଳ୍ପର ଉଦଘାଟନ କରିଛନ୍ତି. ରାଇପଲ୍ଲୀ ଗ୍ରାମର ପନ୍ଦର ଲକ୍ଷ ଟଙ୍କାର କଲ୍ୟାଣୀ ମଣ୍ଡପ, ଠାକୁରାଣୀ ମନ୍ଦିରର ଦୁଇ ଲକ୍ଷ ଟଙ୍କାର ରୋଷେଇ ଗୃହ, ଗୁଣ୍ଠପଡା ଠାରେ ପାଞ୍ଚ ଲକ୍ଷ ଟଙ୍କାର କୈବର୍ତ୍ତ ସମାଜ, ୬ ଲକ୍ଷ ଟଙ୍କାର ଡ୍ରାମା ପେଣ୍ଡାଲ, ପାଞ୍ଚ ଲକ୍ଷ ଟଙ୍କାର ଗୌଡ଼ ସମାଜ ଗୃହ, ପାଞ୍ଚ ଲକ୍ଷ ଟଙ୍କାର ପଂଚାୟତ ଗୃହ ରୂପାନ୍ତର, ପାଞ୍ଚ ଲକ୍ଷ ପଚାଶ ହଜାର ଟଙ୍କାର ଦଳୁଆ ସମାଜ ,ସୁମନ୍ତ ପଲ୍ଲୀ ଠାରୁ ଖୁଣ୍ଟୁକୁଟା ପଲ୍ଲୀ ସଡକ ରାସ୍ତା ପାଇଁ 40ଲକ୍ଷ ଟଙ୍କାର ବୟବରାଦ ହୋଇଥିବା ଜଣା ପଡିଛି.ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ମୋଚିଆଣି ବେହେରା,ବିଜେଡି ଗଞ୍ଜାମ ଜୋନ ଯୁବ ସଭାପତି ନଚିକେତା ସ୍ୱାଇଁ, ବିଜେଡି ଗଞ୍ଜାମ ଜିଲ୍ଲା ଉପସଭାପତି ଦିଲ୍ଲୀପ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଅଭିମନ୍ୟୁ ନାହାକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା, ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ୱାଇଁ, ବ୍ଲକ ବିଜେଡି ସଭାପତି ରାଜେଶ ପଟ୍ଟନାୟକ,ବିଜେଡି ଗଞ୍ଜାମ ଯୁବ ଉପସଭାପତି ମୁନା ବାରିକ, ବ୍ଲକ ଯୁବ ସଭାପତି ଶିବ ନାହାକ, ନଗର ବିଜେଡି ସଭାପତି ଜିତେନ୍ଦ୍ର ମହାରଣା,ବିଜେଡି ଛାତ୍ର ରାଜ୍ୟ ସାଧାରଣ ସମ୍ପାଦକ ମନୋଜ କୁମାର ଦୋରା, ଯୁବ ବିଜେଡି ନେତା ସନ୍ତୋଷ ବେହେରା,ଯୁବ ବିଜେଡି ନେତା ନାରାୟଣ ସ୍ୱାଇଁ,ସମେତ ସମସ୍ତ ଛାତ୍ର ନେତା ଉପସ୍ଥିତ ଥିଲେ.


