Thursday, October 15, 2026
Home ଅପରାଧ ଭାଙ୍ଗଭର୍ତି ଇଣ୍ଡିକା ଜବତ, ଡ୍ରାଇବର ଗିରଫ,

ଭାଙ୍ଗଭର୍ତି ଇଣ୍ଡିକା ଜବତ, ଡ୍ରାଇବର ଗିରଫ,

26


ବେଲଗୁଣ୍ଠା,୧୨/୧୨/୨୧ (ଜିଲ୍ଲା ଖବର ) : ଏକ ଇଣ୍ଡିକା ଜାର ରେ ଭାଙ୍ଗ ଭର୍ତି କରି ଫୁଲବାଣୀ ରୁ ଭାୟା ଭଞ୍ଜନଗର ବେଲଗୁଣ୍ଠା ଦେଇ ନୟାଗଡା ଅଭିମୁଖେ ଯାଉଥିବା ବେଳେ ବେଲଗୁଣ୍ଠା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବ୍ଲକ ଛକ ନିକଟରେ ଶନିବାର ଅପରାହ୍ନ ୪ ଘଣ୍ଟା ବେଳେ ସନ୍ଧେହ ହେବାରୁ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ ।

ସେଥିରୁ ୨୫ କିଲିଆ ୭ ଟି ପେକେଟରେ ୧୭୫ କେଜି ଭାଙ୍ଗ ଥିବା ଦେଖି ପୋଲିସ ଇଣ୍ଡିକାକୁ ଜବତ କରି ୩୮୧/୨୧ ରେ ଏକ ମାମଲା ରୁଜୁ କରି ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ଯୋଗିଆ ପୋଲି ଗ୍ରାମର ଗୋକୁଳ ପରିଡାଙ୍କ ପୁଅ ଶ୍ରୀଧର ପରିଡା ୨୧ କୁ ଗିରଫ କରି ଆଜି ଭଞ୍ଜନଗର କୋର୍ଟ ଚାଲାଣ କରିଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି । ରିପୋର୍ଟ-ଶିବରାମ ଚୌଧୁରୀ