Thursday, November 12, 2026
Home ଆଞ୍ଚଳିକ ହିଂଜିଲିକାଟୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ହିଂଜିଲିକାଟୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

72

ହିଞ୍ଜଳିକାଟୁ,୧୨/୧୨/୨୧ (ଜିଲ୍ଲା ଖବର ) : ଦୀର୍ଘଦିନର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ପ୍ରତିନିଧୂତ୍ବ କରୁଥିବା ଗଞ୍ଜାମ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ।ତା ସହ ଜିଲ୍ଲାରେ ସ୍ବାସ୍ଥ୍ୟ, ଶିକ୍ଷା ଓ ରାସ୍ତା ଉନ୍ନତିକରଣ ଆଦି ବହୁ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି।


ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୦.୨୦ ରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରର ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ପହଞ୍ଚି ମା’ଙ୍କ ଦର୍ଶନ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିଥିଲେ । ପ୍ରସାଦ ମଣ୍ଡପ ପରିସରରେ ପ୍ରସାଦ ସେବନ ପରେ ପ୍ରାୟ ୧୧ ଘଣ୍ଟା ୫୫ ମିନଟ ସମୟରେ ହିଞ୍ଜିଳିକାଟୁ ଇନଡୋର ଷ୍ଟାଡିୟମ ପରିସରରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ଼ରେ ଓହ୍ଲାଇ ସହରର ବିଜୁ ପଟ୍ଟନାୟକ ଛକ ନିକଟରେ ପହଞ୍ଚି ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତିର ଶୁଭ ଉଦଘାଟନ କରିଥିଲେ । ବିଭିନ୍ନ ପ୍ରକଳ୍ପ ଯୋଗେ ଗଞ୍ଜାମ ଜିଲ୍ଲାକୁ ୨୨ଶହ କୋଟି ଟଙ୍କାର ଭେଟି ଦେଇଥିଲେ ନବୀନ ।

ପରେ ମିଶନ ଶକ୍ତି ଯୋଜନାରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ବ୍ୟାଙ୍କ୍ ମାଧ୍ୟମରେ ୧୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବା ସହ ଗଞ୍ଜାମ ଦର୍ଶନ ବସ୍ ସେବାର ଶୁଭ ଉଦଘାଟନ କରିଛନ୍ତି। ସେଠାରୁ ରୂପାନ୍ତରିତ ୫ଟି ଅନ୍ତର୍ଭୁକ୍ତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍ମାର୍ଟ କ୍ଳାସରୁମ, ଅତ୍ୟାଧୁନିକ ବିଜ୍ଞାନଗାର, ଇ ଲାଇବ୍ରେରୀ ବୁଲି ଦେଖି ଅସ୍ଥାୟୀ ହେଲି ପ୍ୟାଡ଼ରେ ପହଞ୍ଚି ଭୂବନେଶ୍ଵର ଫେରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସହର ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥର କଲେଜ ଛକ ଠାରୁ ରଜାସାହି ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ କରାଯାଇଛି। ।

ବ୍ରହ୍ମପୁର ଠାରୁ ଆସିକା ଅଭିମୁଖେ ଯାତାୟାତ କରୁଥିବା ୨ ଓ ୪ ଚକିଆ ଯାନ ଗୁଡିକ ଆରଏମସି ଛକ ରାସ୍ତା ଦେଇ ନୂଆଗଡ, କୋର୍ଟ ରାସ୍ତା ଦେଇ ଘୋଡାହାଡ ନଦୀ ନିକଟ ରାସ୍ତା ଦେଇ ଯାତାୟତ କରିବା ଓ ଆସିକା ଠାରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବାକୁ ଥିବା ୨ଓ ୪ ଚକିଆ ଯାନ ବାହାନ ଗୁଡିକ ବଇଞ୍ଚବଣିଆ ଆଙ୍କୋରଡା, ଶିଶୁ ମନ୍ଦିର, ହିଞ୍ଜିଳି ରାସ୍ତା ଦେଇ ଆରଏମସି ଛକ ଦେଇ ଯାତାୟତ ହୋଇଥିଲା ।

ସେହିପରି ଯାତ୍ରୀବାହୀ ବସ୍ ଓ ମାଲ ପରିବହନକାରୀ ଯାନବାହାନ ଗୁଡ଼ିକୁ ପୋଚିଲିମା ରାସ୍ତା ଦେଇ କୁରୁଳା ରାସ୍ତା ଦେଇ ଯାତାୟତ କରୁଥିଲା।

ସହରର ହାଇସ୍କୁଲ ପଡ଼ିଆ ଠାରୁ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ବାରିକେଡ ନିର୍ମାଣ କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ସମୟରେ ୧୬ ପ୍ଳାଟୁନ ପୋଲିସ ଫୋର୍ସ ସତେତ ବହୁ ପୋଲିସ ଅଧିକାରୀ ନିୟୋଜିତ ଥିଲେ ବୋଲି ଆସିକା ଏସଡିପିଓ ଉମାଶଙ୍କର ସିଂଙ୍କ ସୁତ୍ରରୁ ପ୍ରକାଶ ।

ଅନ୍ୟ ପକ୍ଷରେ ଗତ ୨୦୧୯ ସାଧାରଣ ନିର୍ବାଚନ ପରେ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ପ୍ରଥମ ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିବାରୁ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଥିଲା।