Home ଆଞ୍ଚଳିକ ୨୦୨୧ର ଟପ୍-୧୦ ଭାଇରାଲ୍ ଭିଡିଓ, ସୋସିଆଲ୍ ମିଡିଆରେ ନିଆଁ ଭଳି ବ୍ୟାପିଯାଇଥିଲା; ଦେଖନ୍ତୁ ଭିଡିଓ

୨୦୨୧ର ଟପ୍-୧୦ ଭାଇରାଲ୍ ଭିଡିଓ, ସୋସିଆଲ୍ ମିଡିଆରେ ନିଆଁ ଭଳି ବ୍ୟାପିଯାଇଥିଲା; ଦେଖନ୍ତୁ ଭିଡିଓ

50

ନୂଆଦିଲ୍ଲୀ, ୧୨/୧୨/୨୧ (ଜିଲ୍ଲା ଖବର ) : ଯଦି ଆପଣ ମାନେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ତେବେ ଆପଣ ମାନେ ନିଶ୍ଚିତ ଭାବରେ ଭାଇରାଲ୍ ଭିଡିଓ ବିଷୟରେ ଜାଣିଥିବେ । ବିଭିନ୍ନ ସମୟରେ ସୋସିଆଲ୍ ମିଡିଆରେ ଧୁଆଁ ଭଳି କିଛି ଭିଡିଓ ଭାଇରାଲ୍ ହୋଇଥାଏ । ତେବେ ୨୦୨୧ ବର୍ଷର ଟପ୍ ୧୦ ଭାଇରାଲ୍ ଭିଡିଓଚ ସମ୍ପର୍କରେ ଆଜି କହିବାକୁ ଯାଉଛୁ । ଏହିସବୁ ଭିଡିଓ ମଧ୍ୟରେ କିଛି ମଜାଦାରପୂର୍ଣ୍ଣ ଭିଡିଓ ରହିଛି । ଏପରିକିି କିଛି ଭାଇରାଲ୍ ଭିଡିଓକୁ ନେଇ ବଲିଉଡ୍ ସଙ୍ଗୀତ ନିର୍ଦ୍ଦେଶକ ମାନେ ନୂତନ ମ୍ୟୁଜିକ୍ ଭିଡିଓ ମଧ୍ୟ ତିଆରି କରିଛନ୍ତି । ତେବେ ଚାଲନ୍ତୁ ଦେଖିବା କଣ ସେହିସବୁ ଭିଡିଓ ।

. ପାୱରୀ ହୋ ରହି ହେ:

୨୦୨୧ର ସବୁଠାରୁ ଲୋକପ୍ରିୟ ଭିଡିଓର ପ୍ରଥମ ରେ ରହିଛି “ପାୱରୀ ହୋ ରହି ହେ” । ଏହି ଭିଡିଓ ଟି ହେଉଛି ଜଣେ ପାକିସ୍ତାନୀ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର୍ ଦାନାନୀର ମୋବିନ୍ କରିଥିବା ଏକ ଛୋଟ ଭିଡିଓ କ୍ଲିପ୍ ର । ଭାରତରେ ଏହି ଭିଡିଓର ଏକ କ୍ଲିପ୍ ଖୁବ୍ ଭାଇରାଲ୍ ହୋଇଥିଲା ।

. ବଚପନ୍ କା ପ୍ୟାର୍

ସହଦେବ୍ ଡୀରଦୋ ନାମକ ଜଣେ ସ୍କୁଲ୍ ଛାତ୍ର ଗାଉଥିବା ଗୀତ ସୋସିଆଲ୍ ମିଡିଆରେ ଧୂଆଁ ଭଳି ବ୍ୟାପିଯାଇଥିଲା । ଇନଷ୍ଟାଗ୍ରାମ ରିଲସ୍ ରେ ଏହି ଛାତ୍ର ଗାଉଥିବା ଗୀତକୁ ସେଲିବ୍ରିଟି ମାନେ ଅଭିନୟ କରୁଥିବା ଦେଖିବାକୁ ମିଳିଥିଲା । ଆଉ ଗୀତ ଟି ଏତେ ଭାଇରାଲ୍ ହୋଇଥିଲା ଯେ, ବଲିଉଡ୍ ମ୍ୟୁଜିକ ଡାଇରେକ୍ଟର୍ ବାଦଶାହ ଉକ୍ତ ଛାତ୍ରକୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିଥିଲେ । ଦେଖୁ ଦେଖୁ ଛାତ୍ର ଜଣକ ଇଣ୍ଟରନେଟ୍ ରେ ସେନସେସନ୍ ପାଲଟିଯାଇଥିଲେ ।

. ଡା. କେକେ ଅଗ୍ରୱାଲଙ୍କ ପତ୍ନୀଙ୍କ ଲାଇଭ୍ ସମୟରେ ଫୋନ୍ କଲ୍

ସେହିପରି ପଦ୍ମଶ୍ରୀ ପାପ୍ତକର୍ତ୍ତା ତଥା ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ର ପୂର୍ବତନ ଅଧ୍ୟକ୍ଷ ଡା. କେକେ ଅଗ୍ରୱାଲ୍ ଲାଇଭ୍ ସେସନ୍ ରେ ଥିବା ସମୟର ଏକ ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା । ଏଥିରେ ଦେଖିବାକୁ ମିଳିଛି ଯେ, ଅଗ୍ରୱାଲ୍ ଲାଇଭ୍ ଥିବା ସମୟରେ ତାଙ୍କ ପତ୍ନୀ ଫୋନ୍ କଲ୍ କରିଛନ୍ତି । ଡାକ୍ତର ଅଗ୍ରୱାଲ୍ କୋଭିଡ୍ ର ପ୍ରଥମ ଡୋଜ୍ ଟିକା ପତ୍ନୀଙ୍କ ବିନା ନେଇଯାଇଥିବାରୁ ସେ ଫୋନ୍ କଲ୍ ରେ ଗାଳି ଦେଉଛନ୍ତି ।

. ଶ୍ୱେତା ୟୋର୍ ମାଇକ୍ ଇଜ୍ ଅନ୍

ହ୍ୟାସଟ୍ୟାଗ୍ ଶ୍ୱେତା ଭାରତରେ ଟ୍ରେଣ୍ଡ ହେବାକୁ ଲାଗିଥିଲା । ଏଥିରେ ଗୋଟିଏ ଜୁମ୍ ମିଟିଂ କଲ୍ ଲିକ୍ ହେବାପରେ ୟୁଜର୍ସ ମାନେ ଏହାକୁ ମିମସ୍ କରି ଭାଇରାଲ୍ କରିଥିଲେ । ଏଥିରେ ଶ୍ୱେତା ନାମକ ଜଣେ ଝିଅ ନିଜର ମାଇକ୍ରୋଫୋନ୍ ମ୍ୟୁଟ୍ କରିବା ଭୁଲି ଯାଇଥିଲା । ଶ୍ୱେତା ନାମକ ଯୁବତୀ ନିଜର ଲଭ୍ ଲାଇଫ୍ ସମ୍ପର୍କରେ କିଛି ପ୍ରାଇଭେଟ୍ କଥା ଜଣେ ବନ୍ଧୁଙ୍କ ସହିତ ସେୟାର୍ କରିଥିଲେ ।

. କେରଳର ଦୁଇଜଣ ମେଡିକାଲ୍ ଛାତ୍ର-ଛାତ୍ରୀଙ୍କ ଡ୍ୟାନ୍ସ ଭିଡିଓ

. କୋଭିଡ ରୋଗୀଙ୍କୁ ଉତ୍ସାହିତ କରିବା ପାଇଁ ପିପିଇ କିଟ୍ ରେ ଡାକ୍ତର ମାନଙ୍କ ଡ୍ୟାନ୍ସ

. ଭୁଲରେ ଜଣେ ଯୁବକ ରେମଡେସିଭର୍ କୁ ରେମୋ ଡିସୋଜା କହୁଥିବା ଭିଡିଓ

. ଲକଡାଉନ୍ ପୂର୍ବରୁ ମଦ ଦୋକାନ ବାହାରେ ମାଉସୀଙ୍କ ଧୂଆଁଧାର ପ୍ରତିକ୍ରିୟା

. କୋଭିଡ୍ ଆକ୍ରାନ୍ତ ଯୁବତୀଙ୍କ ଲଭ୍ ୟୁ ଜିନ୍ଦଗୀ ଭିଡିଓ