୧୬ରୁ ଭିତରକନିକାରେ ଡଲଫିନ୍‌ ଗଣନା, ୯ଟି ଟିମ୍‌ ୩ ଦିନରେ ଶେଷ କରିବେ ଡଲଫିନ୍‌ ଗଣନା

14

ରାଜନଗର ,୧୨/୧୨/୨୧ (ଜିଲ୍ଲା ଖବର ) : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ଭିତରକନିକା ଅଭୟାରଣ୍ୟ ଅଞ୍ଚଳର ଡଲଫିନ ଗଣନା ତିନିଦିନରେ ଶେଷ କରାଯିବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି । ଢାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ସମୁଦ୍ର ଓ ଭିତରକନିକା ମଧ୍ୟରେ ଥିବା କ୍ରିକ ଓ ନଦୀରେ ୯ ଟି ଟିମ୍‌ ଦ୍ୱାରା ଡ଼ଲଫିନ ଗଣନା କାର୍ଯ୍ୟ ଚଳିତ ମାସ ୧୫ ତାରିଖ ଠାରୁ ୧୮ତାରିଖ ମଧ୍ୟରେ ଶେଷ ହେବ ବୋଲି ଡିଏଫଓଙ୍କ ସୂଚନାରୁ ଜଣାପଡିଛି ।

୨୦୧୫ମସିହାରୁ ସରକାରଙ୍କ ନିଷ୍ପତ୍ତି କ୍ରମେ ଭିତରକନିକାରେ ଡଲଫିନ ଗଣନା କାର୍ଯ୍ୟକ୍ରମ କରାଯାଉଛି, ଏଥିପୂର୍ବରୁ ଚିଲିକାରେ ଡଲଫିନ ଗଣନା କରାଯାଉଥିଲା । ଏହି ଗଣନା ପାଇଁ ପ୍ରତି ଗ୍ରୁପ୍‌ରେ ୩ରୁ୫ଜଣ ଲେଖା ରହିବେ,ସେଥିମଧ୍ୟରୁ ୫ଟି ଟିମ୍‌ ସମୁଦ୍ର ମଧ୍ୟକୁ ଯାଇ ଗଣନା କାର୍ଯ୍ୟରେ ନିୟୋଜିତ ହେବା ସହ ଆଉ ୪ଟି ଟିମ୍‌ ନଦୀ କ୍ରିକ୍‌ରେ ଗଣନାକରବେ ବୋଲି ଜଣାପଡ଼ିଛି । ଏହି ଗଣନା ଆଉଟର ହୁଇଲରରୁ ଚିଚିରୀମାଉଥ, ବରୁଣେଇରୁ ପାରାଦ୍ୱୀପ, ହସିଣା ବ୍ରିଜରୁ ମାଇକୁରା ମାଉଥ୍‌, ରାଜନଗର ହସୁଆ ନଦୀରୁ ଖୋଳା,ଖୋଳାରୁ ଧାମରା ମାଉଥ ଭାୟା, ନଳିତାପାଟିଆ, କାଳିଭଞ୍ଜଡିଆ ଜମ୍ୱୁ ଖରନାସୀରୁ ହୁକଟେଲା, ପାରାଦ୍ୱୀପରୁ ଜଟାଧାର ମୁହାଣ ଓ ଦେବୀ ମୁହାଣରୁ ଜଟାଧାର ମୁହାଣ ଯାଏ ଡଲଫିନ ଗଣାନା କରାଯିବ ବୋଲି ବିଭାଗୀୟ ସୁତ୍ରରୁ ପ୍ରକାଶ ।