Monday, October 12, 2026
Home ଆଞ୍ଚଳିକ ସେହି ସମୟରେ କୋହଲିଙ୍କ ବିନା ଭାରତ ଜିତିଥିଲା…, ବିରାଟଙ୍କ କୋଚଙ୍କ ଅସନ୍ତୋଷ ଉପରେ ଗାଙ୍ଗୁଲିଙ୍କ ଜବାବ

ସେହି ସମୟରେ କୋହଲିଙ୍କ ବିନା ଭାରତ ଜିତିଥିଲା…, ବିରାଟଙ୍କ କୋଚଙ୍କ ଅସନ୍ତୋଷ ଉପରେ ଗାଙ୍ଗୁଲିଙ୍କ ଜବାବ

25

ନୂଆଦିଲ୍ଲୀ, ୧୨/୧୨/୨୧ (ଜିଲ୍ଲା ଖବର ) : ବିରାଟ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଯାଇ ରୋହିତ ଶର୍ମାଙ୍କୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କରାଯାଇଛି । ଏହାକୁ ନେଇ କ୍ରମାଗତ ଅନେକ ଅନେକ ନୂତନ କଥା ସାମ୍ନାକୁ ଆସୁଛି। ଏହାକୁ ନେଇ ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ ସଫେଇ ଦେବାକୁ ପଡିଛି ଯେ, କାହିଁକି ରୋହିତ ଶର୍ମାଙ୍କ ଦିନିକିଆ ଦଳର ଅଧିନାୟକ କରାଗଲା ।

କ୍ରିକେଟ୍ ନେକ୍ସଟ୍ ସହ ସ୍ୱତନ୍ତ୍ର ଆଲୋଚନା ବେଳେ ଗାଙ୍ଗୁଲି ପୁଣି ଥରେ ଏହି ମାମଲା ଉପରେ ନିଜର ରାୟ ରଖିଛନ୍ତି । ଏହା ପୂର୍ବରୁ ବିରାଟ କୋହଲିଙ୍କ ପିଲା ବେଳର କୋଚ୍ ରାଜକୁମାର ଶର୍ମା ଗାଙ୍ଗୁଲିଙ୍କ ପ୍ରଥମ ବୟାନ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ତାଙ୍କ ମୁତାବକ ଚୟନକର୍ତ୍ତାଙ୍କୁ ପ୍ରଥମ ହିଁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଦେବା ଉଚିତ୍ ।

ସେ କହିଛନ୍ତି, ଚୟନ କମିଟି ନିଜ ନିଷ୍ପତ୍ତି ପଛରେ କୌଣସି କାରଣ ମଧ୍ୟ ଦର୍ଶାଇ ନାହାନ୍ତି । ଆମକୁ ଜଣା ନାହିଁ ଦଳ ପ୍ରବନ୍ଧକ, ବିସିସିଆଇ ଓ ଚୟନକର୍ତ୍ତା କଣ ଚାହାନ୍ତି । କୌଣସି ସ୍ପଷ୍ଟୀକରଣ ନମିଳିବାର ଅର୍ଥ ଚୟନ କମିଟିର ନିଷ୍ପତ୍ତିରେ ପାରଦର୍ଶିତା ନାହିଁ । ଏହା ଯେଉଁଭଳି ପ୍ରକାରେ ଘଟିଛି ତାହା ଦେଖିଲେ ଦୁଃଖ ଲାଗୁଛି । ଦିନିିକିଆରେ କୋହଲି ଦଳର ସଫଳ ଅଧିନାୟକ ଥିଲେ ବୋଲି କୋହଲିଙ୍କ ପିଲାବେଳର କୋଚ୍ କହିଛନ୍ତି ।

ସେହି ସମୟରେ କୋହଲିଙ୍କ ବିନା ଭାରତ ଜିତିଥିଲା

ସୌରଭ ଗାଙ୍ଗୁଲିଙ୍କୁ ପ୍ରଶ୍ନ ହୋଇଥିଲା ଯେ, କଣ ପୂର୍ବ ଅଧିନାୟକ ପରି ରୋହିତ ଶର୍ମା ସଫଳ ହେବେ ? ଏହାର ଉତ୍ତରରେ ଦାଦା କହିଛନ୍ତି, ନିଃସନ୍ଦେହ, ଏଥିପାଇଁ ଚୟନକର୍ତ୍ତା ତାଙ୍କୁ ସମର୍ଥନ କରିଛନ୍ତି । ରୋହିତ ଭଲ କରିବାକୁ ସର୍ବଦା ରାସ୍ତା ଖୋଜିଥାନ୍ତି ଏବଂ ମୋତେ ବିଶ୍ୱାସ ସେ ଏମିତି କରିବେ । ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ତାଙ୍କ ରେକର୍ଡ ଦମଦାର ରହିଛି ।

ସେ କହିଛନ୍ତି, ରୋହିତ ପାଞ୍ଚ ଥର ଆଇପିଏଲ ଟାଇଟଲ୍ ଜିତି ସାରିଛନ୍ତି । ସେ କିଛି ବର୍ଷ ପୂର୍ବେ ଏସିଆ କପରେ ଦଳର ନେତୃତ୍ୱ ନେଇଥିଲେ । ଭାରତ ଚାମ୍ପିଅନ ହୋଇଥିଲା, ସେ ପୁଣି କୋହଲିଙ୍କ ବିନା । ବିରାଟଙ୍କ ବିନା ଟ୍ରଫି ଜିତିବା ଏହା ଦର୍ଶାଇଥାଏ ଯେ, ଦଳ କେତେ ମଜବୁତ ରହିଛି । ରୋହିତଙ୍କୁ ବଡ ଟୁର୍ଣ୍ଣାମେଣ୍ଟରେ ସଫଳତା ମିଳିଛି । ଆଶା କରୁଛୁ ଏଥିରୁ ସେ ଅଧିକ ସଫଳତା ହାସଲ କରିବେ ବୋଲି ବିସିସିଆଇ ଅଧ୍ୟକ୍ଷ କହିଛନ୍ତି ।