Saturday, October 17, 2026
Home ଆଞ୍ଚଳିକ ପଞ୍ଜାବ ନିର୍ବାଚନ ପୂର୍ବରୁ BJPରେ ସାମିଲ ହେବେ କି ହରଭଜନ ସିଂ? ମିଳିଲା ଏପରି ଉତ୍ତର

ପଞ୍ଜାବ ନିର୍ବାଚନ ପୂର୍ବରୁ BJPରେ ସାମିଲ ହେବେ କି ହରଭଜନ ସିଂ? ମିଳିଲା ଏପରି ଉତ୍ତର

32

ନୂଆଦିଲ୍ଲୀ, ୧୨/୧୨/୨୧ (ଜିଲ୍ଲା ଖବର ) : ପଞ୍ଜାବରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ଯାହାକୁ ନେଇ ଆଜିଠାରୁ ରାଜନୀତି ତୀବ୍ର ହେବାରେ ଲାଗିଛି । ଭାରତୀୟ କ୍ରିକେଟ ଟିମର ଖେଳାଳୀ ହରଭଜନ ସିଂହ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଖବର ଚର୍ଚ୍ଚାକୁ ଆସିଛି । କିନ୍ତୁ ଏହି ଖବରକୁ ନେଇ କଡ଼ା ଜବାବ ଦେଇଛନ୍ତି ଖେଳାଳୀ । ହରଭବନ ଏହି ଖବରକୁ ଖଣ୍ଡନ କରିବା ସହିତ ଏହାକୁ ଫେକ୍ ନ୍ୟୁଜ୍ ବୋଲି କହିଛନ୍ତି ।

ଏକ ମିଡିଆ ଆଉଟଲେଟ ଏକ ସୂତ୍ରରୁ ଦାବି କରିଥିଲା ଯେ, ପଞ୍ଜାବ ନିର୍ବାଚନ ପୂର୍ବରୁ ହରଭଜନ ସିଂହ ଓ ଯୁବରାଜ ସିଂହ ବିଜେପିରେ ସାମିଲ ହୋଇପାରନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇ ହରଭଜନ ଏହାକୁ ଫେକ୍ ନ୍ୟୁଜ୍ ବୋଲି କହିଛନ୍ତି । ଅନ୍ୟପଟେ ଯୁବରାଜଙ୍କ ପକ୍ଷରୁ ଏହି ମାମଲରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଏହି ଖବର ପ୍ରସାର ପଛରେ ହରଭଜନ ସିଂହଙ୍କ ଅବସର କାରଣ ମଧ୍ୟ ଯୋଡା ଯାଇଛି । ନ୍ୟୁଜ୍ ଏଜେନ୍ସି ମୁତାବକ, ହରଭଜନ ସିଂ ଆଗାମୀ ସପ୍ତାହରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇପାରନ୍ତି । ଏହା ପରେ ହରଭଜନ ସିଂ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା ।