ନରସିଂହପୁର ଡିମିରିଆ ନଦୀଘାଟରେ କୁମ୍ଭୀର ଆତଙ୍କ

3

କଟକ, ୧୨/୧୨/୨୧ (ଜିଲ୍ଲା ଖବର ) : କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଡିମିରିଆ ମହାନଦୀ ଘାଟରେ ଦୁଇଟି କୁମ୍ଭୀର ଦେଖି ଲୋକେ ଆତଙ୍କିତ ହୋଇଛନ୍ତି।  ସୂଚନାଯୋଗ୍ୟ , ସାତକୋଶିଆ ଗଣ୍ଡରୁ ଦୁଇଟି କୁମ୍ଭୀର ପଳାଇ ଆସି ଡିମିରିଆ ମହାନଦୀ ଘାଟରେ ବୁଲୁଥିବାରୁ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି।

ଆଖପାଖ ଅଞ୍ଚଳର ଲୋକମାନେ ମହାନଦୀକୁ ନଯିବା ପାଇଁ ବନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ କୁମ୍ଭୀର ଦୁଇଟି ଉପରେ ବନ ବିଭାଗ ତୀକ୍ଷ୍ଣ ନଜର ରଖିଛି।