
୧୨/୧୨/୨୧ (ଜିଲ୍ଲା ଖବର ) : ଆଜି ବ୍ୟାଙ୍କ ବୀମା କାର୍ଯ୍ୟକ୍ରମରେ ଜମାକାରୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜ୍ଞାନ ଭବନରେ “ପ୍ରଥମେ ବୀମାକାରୀ” କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ବୋଧନ କରିବେ ମୋଦି ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, RBI ଗଭର୍ଣ୍ଣର ପ୍ରମୁଖ ଉପସ୍ଥିତ ରହିବେ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ବ୍ୟାଙ୍କ ବୀମାରେ ହୋଇଥିବା ସଂସ୍କାର ଫଳରେ ବୀମା କଭରକୁ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ଯାଏ ବୃଦ୍ଧି କରାଯାଇଥିବା ସୂଚନା ଦିଆଯାଇଛି।


