
୧୨/୧୨/୨୧ (ଜିଲ୍ଲା ଖବର ) : ଡିଆରଡିଓ ଓ ଭାରତୀୟ ବାୟୁ ସେନାକୁ ସଫଳତା । ଟ୍ୟାଙ୍କ ନିରୋଧୀ ସ୍ବଦେଶୀ ଷ୍ଟାଣ୍ଡଅଫ୍ କ୍ଷେପଣାସ୍ତ୍ରର ବିମାନ ପରୀକ୍ଷଣ ସଫଳ। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଏବଂ ଭାରତୀୟ ବାୟୁ ସେନା ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ଡିଜାଇନ ଏବଂ ବିକଶିତ କରାଯାଇଥିବା ଟ୍ୟାଙ୍କ ନିରୋଧୀ ଷ୍ଟାଣ୍ଡଅଫ କ୍ଷେପଣାସ୍ତ୍ରର ବିମାନ ପରୀକ୍ଷଣ ସଫଳ ହୋଇଛି ।
ଏହି କ୍ଷେପଣାସ୍ତ୍ରକୁ ପୋଖରାନ ରେଞ୍ଜରୁ ହେଲିକପ୍ଟର ମାଧ୍ୟମରେ ନିକ୍ଷେପ କରାଯାଇଥିଲା । ଏହା ବିମାନ ପରୀକ୍ଷଣ ମିଶନର ସମସ୍ତ ଲକ୍ଷ୍ୟ ହାସଲ କରିଥିଲା । ଟ୍ରାକିଂ ସିଷ୍ଟମ ଜରିଆରେ ମିଶନର ସମସ୍ତ ଘଟଣାକ୍ରମକୁ ଅନୁଧ୍ୟାନ କରାଯାଇଥିଲା ।
ଏହି କ୍ଷେପଣାସ୍ତ୍ରରେ ଆଧୁନିକ ଏମଏମଡବ୍ଲୁ ସିକର ସଂଯୋଗ କରାଯାଇଛି ଯାହାକି ନିରାପଦ ଦୂରତାରେ ରହି ଉଚ୍ଚ ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ। ଏହି ଅସ୍ତ୍ର ୧୦ କିମି ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବା ଲାଗି ସକ୍ଷମ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ମିଶନ ସହ ଜଡ଼ିତ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।



