
୧୨/୧୨/୨୧ (ଜିଲ୍ଲା ଖବର ) : ଆଉ ୨ ଦିନ ପରେ ରାଜ୍ୟରେ କମିବ ପାରଦ, ବଢ଼ିବ ଶୀତ । ରାତିର ତାପମାତ୍ରା ପ୍ରାୟ ୩ରୁ ୫ଡିଗ୍ରୀ କମିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଆଭ୍ୟନ୍ତରିଣ ଓଡ଼ିଶାର କିଛି ସ୍ଥାନରେ କୁହୁଡ଼ି ଅନୁଭୁତ ହୋଇଛି । କୋରାପୁଟ, ମାଲକାନଗିରିରେ ଅଧିକ କୁହୁଡ଼ି ଦେଖିବାକୁ ମିଳିଛି।
ତେବେ ବର୍ତ୍ତମାନ ରାଜ୍ୟରେ ରାତିର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ସେଲସିଅସ ଓ ବଲାଙ୍ଗିରରେ ୧୪.୨ ଡିଗ୍ରୀ ସେଲସିଅସ ରେକର୍ଡ ହୋଇଛି ।


