
୧୨/୧୨/୨୧ (ଜିଲ୍ଲା ଖବର ) : ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍। କିଛି ସମୟ ପାଇଁ ଆକାଉଣ୍ଟ ହ୍ୟାକ୍ ହୋଇଥିବା ସୂଚନା। ହ୍ୟାକରମାନେ ମୋଦିଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍ କରି ତିନି ମିନିଟ୍ ମଧ୍ୟରେ ଦୁଇଟି ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟ୍ ଗୁଡିକ ବିଳମ୍ବିତ ରାତିରେ ୨:୧୧ ରୁ ୨:୧୫ ମଧ୍ୟରେ କରାଯାଇଥିଲା। ତେବେ, ଏହି ଟ୍ୱିଟ୍ ଗୁଡିକ କିଛି ସମୟ ପରେ ଡିଲିଟ୍ ହୋଇଯାଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ ହେବାର ସୂଚନା ସୋସିଆଲ ମିଡିଆରେ ଆସିବା ମାତ୍ରେ ଭାଇରାଲ ହୋଇଥିଲା। ଉପଭୋକ୍ତାମାନେ ଏହି ବିଷୟରେ ସ୍କ୍ରିନସଟ୍ ସେୟାର କରି ସେମାନଙ୍କର ମତାମତ ଦେବା ଆରମ୍ଭ କରିଥିଲେ।
ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହାକୁ ଏକ ଗୁରୁତର ସୁରକ୍ଷା ବିପଦ ଏବଂ ‘ବିଟକଏନ୍ ମାଫିଆ’ର କାର୍ଯ୍ୟ ବୋଲି କହିଛନ୍ତି। ସୂଚନା ଅନୁଯାୟୀ, ପ୍ରଥମ ଟ୍ୱିଟ୍ ରାତି ୨:୧୧ ରେ କରାଯାଇଥିଲା, ଯାହା ଦୁଇ ମିନିଟ୍ ମଧ୍ୟରେ ଡିଲିଟ୍ ହୋଇଯାଇଥିଲା, କିନ୍ତୁ ଏହାକୁ ଡିଲିଟ କରିବା ମାତ୍ରେ, ରାତି ୨:୧୪ ରେ ଆଉ ଏକ ଟୁଇଟ୍ କରାଯାଇଥିଲା।


