Tuesday, October 13, 2026
Home ଆଞ୍ଚଳିକ ବାତ୍ୟା ଜୱାଦ କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍

ବାତ୍ୟା ଜୱାଦ କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍

15

୧୨/୧୨/୨୧ (ଜିଲ୍ଲା ଖବର ) : ବାତ୍ୟା ଜୱାଦ କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍ । CEPI ବିଭାଗର ଯୁଗ୍ମସଚିବ ସୌରଭ ରାୟଙ୍କ ନେତୃତ୍ବରେ ୪ ଜଣିଆ ଟିମ ଆସିଛନ୍ତି । ଏହି ଟିମ ବାତ୍ୟା ପ୍ରଭାବିତ ୬ ଜିଲ୍ଲାକୁ ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ ।

 କଟକ, ଯାଜପୁର, ଗଞ୍ଜାମ, ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାକୁ ଗସ୍ତ କରିବ ଟିମ୍ । ପ୍ରବଳ ବର୍ଷା ଯୋଗୁଁ ଏହି ସବୁ ଜିଲ୍ଲା ମାନଙ୍କରେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ଆଜି କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ କରିବ ଟିମ୍ । ଆସନ୍ତାକାଲି ଯାଜପୁର, କଟକ ପରିଦର୍ଶନ କରିବ ଦଳ । ୧୩ ତାରିଖ ଯାଏଁ ସବୁ କ୍ଷୟକ୍ଷତିର ଆକଳନ ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଦିଲ୍ଲୀ ଫେରିଯିବ ଟିମ୍ ।