ବସ୍ ଷ୍ଟପ୍ ପଛ ପଟରୁ ବ୍ୟକ୍ତିଙ୍କ ମୃତଦେହ ଠାବ

16

ସୁନ୍ଦରଗଡ,୧୧/୧୨/୨୧ (ଜିଲ୍ଲା ଖବର ) :  ରାଉରକେଲା ସହରର ସେକ୍ଟର-୧୪ DPS ସ୍କୁଲ ସମ୍ମୁଖରେ ଥିବା ବସ୍ ଷ୍ଟପ୍ ପଛ ପାଖରୁ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଠାବ । ମୃତ ବ୍ୟକ୍ତିଙ୍କ ପିନ୍ଧିଥିବା ସାର୍ଟ ପକେଟରେ ମୋବାଇଲ ରହିଥିବା ଦେଖିବାକୁ ମିଳିଛି ।

ମୃତଦେହ ପଡ଼ିଥିବା ଠିକ୍ ଉପରେ ଡାଳରେ ଏକ ରଶି ଝୁଲି ରହିଛି। ଏହା ହତ୍ୟା ନାଁ ଆତ୍ମହତ୍ୟା ନା ଅନ୍ୟ କିଛି, ତାହା ତଦନ୍ତ ପରେ ଜଣାପଡ଼ିବ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।