Home ଆଞ୍ଚଳିକ ସହିଦ ଓଡିଆ ପୁଅକୁ ଶେଷ ସଲାମ

ସହିଦ ଓଡିଆ ପୁଅକୁ ଶେଷ ସଲାମ

21

ଭୁବନେଶ୍ବର,୧୧/୧୨/୨୧ (ଜିଲ୍ଲା ଖବର ) : ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ସହିଦ ରାଣାପ୍ରତାପଙ୍କ ମରଶରୀର । ୧୨ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ତାଙ୍କ ମରଶରୀରକୁ ଅଣାଯାଇଛି । ସହିଦ ଓଡିଆ ପୁଅକୁ ଶେଷ ସୁମନ। ବିମାନ ବନ୍ଦରରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିମାନବନ୍ଦରରେ ସହିଦଙ୍କୁ ଶେଷ ସମ୍ମାନ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି।

ବିମାନ ବନ୍ଦରରେ ସହିଦଙ୍କୁ ଦିଆଗଲା ଗାର୍ଡ ଅଫ ଅନର।  ଏହାସହ ତାଙ୍କ ମରଶରୀରକୁ ତାଙ୍କ ଜନ୍ମମାଟିକୁ ନିଆଯିବ । ଜନ୍ମମାଟି ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଶହୀଦଙ୍କ ଶେଷକୃତ୍ୟ ସମ୍ପନ୍ନ ପାଇଁ କୃଷ୍ଣଚନ୍ଦ୍ରପୁର ଗାଁରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।