Home ଆଞ୍ଚଳିକ ଆଜି ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍

ଆଜି ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍

13

ଭୁବନେଶ୍ୱର, ୧୧/୧୨/୨୧ (ଜିଲ୍ଲା ଖବର ) :  ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । ଜୱାଦ ପ୍ରଭାବରେ ଫସଲ କ୍ଷୟକ୍ଷତିର କରିବେ ଆକଳନ । ଗଞ୍ଜାମ, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କଟକ ଜିଲ୍ଲା ଗସ୍ତର କାର୍ଯ୍ୟକ୍ରମ ରହିଛି । ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଯାଞ୍ଚ କରିବ କେନ୍ଦ୍ରୀୟ ଟିମ୍ । ଆଜି ଠାରୁ ଡିସେମ୍ବର ୧୩ ତାରିଖ ଯାଏଁ ଯାଞ୍ଚ କରିବା ପରେ ରିପୋର୍ଟ ଦାଖଲ କରିବ ।

ଗତ ୪ ତାରିଖରେ ବାତ୍ୟା ଜୱାଦ ବାତ୍ୟା ରୂପ ବଦଳାଇ ଗଭୀର ଅବପାତ ରୂପରେ ଓଡିଶାକୁ ଅତିକ୍ରମ କରିଥିଲେ ବି ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଏକାଧିକ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ବିଶେଷ କରି ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଏକାଧିକ ଜିଲ୍ଲାରେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବିଶେଷ କରି ଗଂଜାମ, ଗଜପତି, ବାଲେଶ୍ୱର ପରି ଜିଲ୍ଲାରେ ବର୍ଷା ଯୋଗୁଁ ଚାଷରେ ବ୍ୟାପକ କ୍ଷୟକ୍ଷତି ହୋଇଛି  ।  ଏପରିକି ଏଥିଯୋଗୁଁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି ।