
ଗଞ୍ଜାମ,୧୧/୧୨/୨୧ (ଜିଲ୍ଲା ଖବର ) : ଗଞ୍ଜାମରେ ତପସ୍ୱିନୀଙ୍କୁ ଛାଡ଼ି ସ୍ୱାମୀ ସୁମିତ ଚାଲିଯିବା ଘଟଣା । ପୁଣି ଭିଡିଓ ଜାରି କରି ଦୁଃଖ ପ୍ରକାଶ କଲେ ତପସ୍ୱିନୀ । ପାଖରେ ପଇସା ନଥିବା କଥା ଅଭିଯୋଗ କଲେ ତପସ୍ନିନୀ । ମେଡିକାଲରୁ ୪ ଦିନ ଛୁଟି ନେଇ ସୁମିତ ମୋବାଇଲ ବନ୍ଦ କରିଥିବା ଅଭିଯୋଗ ଆଣିଛନ୍ତି ଡିମ୍ପଲ । ସ୍ୱାମୀ ସୁମିତଙ୍କୁ ତାଙ୍କ ସାଙ୍ଗମାନେ ଫେରାର୍ କରି ନେଇଯାଇଥିବା ଡିମ୍ପଲ କହିଛନ୍ତି । ମୋ ସହ ବଡ଼ ଷଡଯନ୍ତ୍ର ହୋଇଛି । ମୋତେ ମାରିଦେଲେ ବି ମୁଁ ନ୍ୟାୟ ପାଇଁ ଲଢ଼ିବି ବୋଲି କହିଛନ୍ତି ଡିମ୍ପଲ ।
ଗତାକଲି ଡିମ୍ପଲ-ଡାକ୍ତର ସ୍ୱାମୀଙ୍କ କ୍ଷେତ୍ରରେ ଭିନ୍ନମୋଡ଼ ଦେଖିବାକୁ ମିଳିଥିଲା । ଡ଼ିମ୍ପଲକୁ ଛାଡ଼ି ସୁମିତ ଫେରାର ହୋଇଯାଇଥିବା ଅଭିଯୋଗ ଆଣିଥିଲେ ଡିମ୍ପଲ । ମେଡ଼ିକାଲରୁ ତପସ୍ୱିନୀ ବୁଝିଲେ,ସ୍ୱାମୀ କିଛି ଦିନ ପାଇଁ ଛୁଟି ପକେଇ କୁଆଡେ ଯାଇଛନ୍ତି। ସ୍ତ୍ରୀକୁ ଭଡାଘରେ ରଖି ସ୍ତ୍ରୀର ଯାବତୀୟ ଖର୍ଚ୍ଚକୁ ବହନ କରିବାକୁ ସ୍ୱାମୀ ସୁମିତକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଡିମ୍ପଲ ଆସିକା ଚିନିକଳ ଆଇବି ରେ ଏକା ଅଛନ୍ତି ।
କୋର୍ଟଙ୍କ ନୂଆ ଆଦେଶ ଅନୁସାରେ ୧୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ଡିମ୍ପଲ ଏବଂ ସୁମିତ ନିଜେ ଭଡାଘରେ ରହିବେ। କେସ ସରିଲା ଯାଏଁ ସବୁ ଖର୍ଚ୍ଚ ବହନ କରିବେ ସ୍ୱାମୀ ସୁମିତ। ପୋଲିସ ଏବଂ ପ୍ରୋଟେକ୍ସନ ଅଫିସର ସାପ୍ତାହିକ ରିପୋର୍ଟ ଦେବେ SDJM କୋର୍ଟଙ୍କ ନିକଟରେ। ଦୁହେଁ ଅନ୍ୟମାନଙ୍କ ସହ ମିଶିପାରିବେ। ବର୍ତ୍ତମାନ ପୋଲିସ ପକ୍ଷରୁ ପ୍ରୋଟେକ୍ସନକୁ କାଟିଦିଆଯାଇଛି। ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶରେ ଉଭୟଙ୍କୁ ଭଡା ଘରେ ରଖିବାକୁ ଆସିକା ପୋଲିସ୍ ଉଦ୍ୟମ କରିଥିଲା । କିନ୍ତୁ ଭଡା ଘର ତୁରନ୍ତ ନ ମିଳିବା ଯୋଗୁଁ ଉଭୟ ସ୍ୱାମୀ ସୁମିତ ଏବଂ ସ୍ତ୍ରୀ ତପସ୍ବିନୀଙ୍କୁ ଆସିକା ଚିନିକଳ ଅତିଥି ଭବନରେ ୭ ଦିନ ରହିଥିଲେ ।
ସେପଟେ ସୁମିତଙ୍କ ଓକିଲ ସୁମିତ ଫେରାର ହେବା ଘଟଣାକୁ ଖଣ୍ଡନ କରିଛନ୍ତି । କହିଛନ୍ତି ସୁମିତ ଫେରାର ହୋଇନାହାନ୍ତି। ସୁମିତ ଏବେ ବାଲିଶରାରେ ଅଛନ୍ତି। ତାଙ୍କ ଦେହ ଖରାପ ଯୋଗୁଁ ସେ ୫ ଦିନ ଛୁଟିରେ ଅଛନ୍ତି।



