ତେଲ ପକାଇବା ଆଳରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍

33

ବାଲେଶ୍ୱର , ୧୧/୧୨/୨୧ (ଜିଲ୍ଲା ଖବର ) : ତେଲ ପକାଇବା ଆଳରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍ । ସୋର ମହାବୀର ପେଟ୍ରୋଲ ପମ୍ପରେ ଡକାୟତି ହୋଇଥିବା ଜଣାପଡିଛି ।  50 ହଜାରରୁ ଅଧିକ ଟଙ୍କା ଧରି ଦୁର୍ବୃତ୍ତ ଫେରାର ହୋଇଯାଇଛି ।

ସୋର ବଜାରରେ ଥିବା ଇଣ୍ଟିଆନ ଅଏଲ ପେଟ୍ରୋଲ ପମ୍ପରେ ୨ ଜଣ କର୍ମଚାରୀ ଥିବାବେଳେ ହଠାତ ୨ ଜଣ ଡକାୟତ ଅଫିସ ଭିତରକୁ ପଶିଆସିଥିଲେ l ତେଲ ପକାଇବା ବାହାନା କରି ପରେ କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ବ୍ୟାଗରେ ଥିବା ଓ କ୍ୟାସକୁ ତାଡି ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି l ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି l