
ଭୁବନେଶ୍ବର, ୧୧/୧୨/୨୧ (ଜିଲ୍ଲା ଖବର ) : ଆଜି ଭୁବନେଶ୍ୱର ଆସିବ ସହିଦ ରାଣାପ୍ରତାପଙ୍କ ମରଶରୀର । ଆଜି ଦିନ ଗୋଟାଏ ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ତାଙ୍କ ମରଶରୀରକୁ ଅଣାଯିବ । ଏହାସହ ଭୁବନେଶ୍ୱରରେ ଗାର୍ଡ ଅଫ ଅନର ଦିଆଯିବ । ପରେ ତାଙ୍କ ମରଶରୀରକୁ ତାଙ୍କ ଜନ୍ମମାଟିକୁ ନିଆଯିବ । ଜନ୍ମମାଟି ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଶହୀଦଙ୍କ ଶେଷକୃତ୍ୟ ସମ୍ପନ୍ନ ପାଇଁ କୃଷ୍ଣଚନ୍ଦ୍ରପୁର ଗାଁରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ଅନ୍ୟପଟେ ଗତକାଲି ଦିଲ୍ଲୀ କ୍ୟାଣ୍ଟ ବରାର ସ୍କୋୟାରରେ ସିଡିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । 17 ଚୋପ ସଲାମୀ ସହ ଅଶ୍ରୁଳ ବିଦାୟ ଦେଇଛନ୍ତି ଭାରତବାସୀ ।
ସୂଚନାଯୋଗ୍ୟ, ଡିସେମ୍ବର 8 ତାରିଖରେ ତାମିଲନାଡୁର କୁନ୍ନୁରରେ MI-17V5 ଚପର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ସିଡିଏସ ବିପିନ ରାୱତ, ପତ୍ନୀ ମଧୁଲିକା ରାୱତଙ୍କ ସମେତ 14 ଜଣ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ । 13 ଜଣଙ୍କର ମୃତ୍ୟୁ ହୋଇଥିବାବେଲେ ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ଗ୍ରପୁ କ୍ୟାପଟେନ ବରୁଣ ସିଂହ ।



