
୧୧/୧୨/୨୧ (ଜିଲ୍ଲା ଖବର ) : ଆଜି ଉତ୍ତର ପ୍ରଦେଶରୁ ଦେଶକୁ ବଡ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତର ପ୍ରଦେଶର ବଳରାମପୁରରେ ସରୟୁ ନହର ନ୍ୟାସନାଲ ପ୍ରୋଜେକ୍ଟର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । 1978 ମସିହାକୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଆର୍ଥିକ ସହାୟତା ଅଭାବରୁ ଶେଷ ହୋଇପାରୁ ନଥିଲା । କିନ୍ତୁ ଆଜି ପ୍ରଧାନମନ୍ତ୍ରୀ ଏହି 4 ଦଶନ୍ଧିର ଅପେକ୍ଷାର ଅନ୍ତ କରିବେ।
କୃଷକଙ୍କ ଉନ୍ନତି, ସଶକ୍ତିକରଣ ଏବଂ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବହନ କରୁଥିବା ପ୍ରକଳ୍ପକୁ ଶେଷ କରିବା ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ପ୍ରକଳ୍ପର ଗୁରୁତ୍ୱ ବୁଝି କେନ୍ଦ୍ର ସରକାର 2016 ମସିହାରେ ପ୍ରଧାମନ୍ତ୍ରୀ କ୍ରିଷି ସିଚାଇ ଯୋଜନା ଅଧିନକୁ ଆଣି ସମୟ ଭିତରେ ଏହାର ନିର୍ମାଣକୁ ଶେଷ କରିବାକୁ ଲକ୍ଷ୍ୟ ରଖିଥିଲେ । ସରୟୁ ନହର ରାଷ୍ଟ୍ରୀୟ ପ୍ରକଳ୍ପ 9 ହଜାର 8 ଶହ କୋଟି ଟଙ୍କା ବିନିମୟରେ ନିର୍ମାଣ କରାଯାଇଛି । ଏଥିପାଇଁ ଗତ 4 ବର୍ଷ ମଧ୍ୟରେ 4 ହଜାର 6 ଶହ କୋଟି ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି । ଏହାସହ ଘଘରା, ସରୟୁ, ରାପତୀ, ବଙ୍ଗଙ୍ଗା ଏବଂ ରୋହିନୀ ନଦୀର ସଂଯୋଗୀକରଣ ହେବ। ଏହାଦ୍ୱାରା 62 ହଜାର ଗାଁର 29 ଲକ୍ଷ ଚାଷୀ ଉପକୃତ ହେବେ ।


