Monday, November 16, 2026
Home ଆଞ୍ଚଳିକ କିଛି ସ୍ଥାନରେ ହାଲୁକା ବର୍ଷା, ଭୁବନରେ ସର୍ବାଧିକ 48 ମିଲିମିଟର ବର୍ଷା ରେକର୍ଡ

କିଛି ସ୍ଥାନରେ ହାଲୁକା ବର୍ଷା, ଭୁବନରେ ସର୍ବାଧିକ 48 ମିଲିମିଟର ବର୍ଷା ରେକର୍ଡ

4

୧୧/୧୨/୨୧ (ଜିଲ୍ଲା ଖବର ) :  ରାଜ୍ୟରେ ମେଘୁଆ ପାଗ ସହ ବଢ଼ିଛି ଶୀତ । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି । ଢେଙ୍କାନାଳ ଜିଲ୍ଲା ଭୁବନରେ ସର୍ବାଧିକ ୪୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ସେଲସିୟସ ଥିବାବେଳେ ଫୁଲବାଣୀରେ ତାପମାତ୍ରା ୧୪.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

ତେବେ ଆଜିଠୁ ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।