
ଗୁଣପୁର, ୧୦/୧୨/୨୧ ( ଜିଲ୍ଲା ଖବର ) : ଆଜି ସ୍ଥାନୀୟ ଜିଆଇଇଟି ବିଶ୍ଵବିଦ୍ୟାଳୟ ପରିସରରେ ଏନ.ସି.ସି ର ବରିଷ୍ଠ ବିଭାଗ ର ଚୟନ ପ୍ରକ୍ରିୟା କରାଯାଇଛି।

ଏଥରେ ଇଛୁକ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି ଚୟନ ପ୍ରକ୍ରିୟା କରାଯାଇଥିଲା। ଏହି ଚୟନ ପ୍ରକ୍ରିୟା ରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରକାର ର ଶାରୀରିକ ଦକ୍ଷତାକୁ ପରିଗଣିତ କରି ସର୍ବମୋଟ ୩୫ ଜଣ ଛାତ୍ରଛାତ୍ରୀ ଙ୍କୁ ଚୟନ କରାଯାଇଥିଲା।

ଏହି ଚୟନ ପ୍ରକ୍ରିୟାରେ ୧୩(ଓ)ବାଟାଲୀୟନ, ଏ ନ. ସି.ସି,ନବରଙ୍ଗପୁରର ସୁବେଦାର ପପୁ କୁମାର ଯାଦବ ଏବଂ ହାବିଲଦାର ଫୁଲ ଜେମସ ଟୋପନ ପ୍ରମୁଖ ଉପସ୍ଥିତ ରହି ଚୟନ କରିଥିଲେ। ଏହି ଚୟନ ପ୍ରକ୍ରିୟାକୁ ସି ଟି ଓ ତଥା ଅଧ୍ୟାପକ ତ୍ରିଲୋଚନ ନାୟକ,କ୍ରୀଡା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ରିପୋର୍ଟ ଗୁଣୁପୁର ରୁ ରାମନାଥ ମହାନ୍ତି


