
କୋଦଳା, ୧୦/୧୨/୨୧ ( ଜିଲ୍ଲା ଖବର ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ପାଇଁ ବିଶ୍ୱବିଦ୍ୟାଳୟ ଅଧୀନ ରେ ଥିବା ସମସ୍ତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନ ଙ୍କୁ ନେଇ ଅନ୍ତଃ ମହାବିଦ୍ୟାଳୟ ଓଡ଼ିଆ ବତ୍କୃତା ପ୍ରତିଯୋଗିତା ଆୟୋଜିତ ହୋଇଛି।ଆଜି ୨ୟ ଦିବସ ରେ “ବିଶ୍ୱବିଦ୍ୟାଳୟ ଶିକ୍ଷା ରେ ସଂସ୍କାର ନ ଆସିଲେ ଜାତୀୟ ବିକାଶ ଅସମ୍ଭବ” ଶୀର୍ଷକ ବତ୍କୃତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।୧୨ଟି ମହାବିଦ୍ୟାଳୟ ସମେତ ବିଶ୍ଵବିଦ୍ୟାଳୟ ର ବିଭିନ୍ନ ବିଭାଗ ରୁ ୩୫ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।
ଏହି ପ୍ରତିଯୋଗିତାରେ ଡ଼.ଦାଶରଥି ଭୂୟାଁ, ଡ଼.ଦେବୀପ୍ରସାଦ ଶତପଥି ଓ ଦିପ୍ତିମୟୀ ମିଶ୍ର ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ବିଚାରକ ଭାବେ ଯୋଗ ଦେଇଥିଲେ। ଜୟେନ୍ଦ୍ର ବେହେରା(ରାଜନୀତି ବିଜ୍ଞାନ) ୧ମ,ରତିକାନ୍ତ ବେହେରା(ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ)୨ ୟ,ଓ ରୋଜାଲିନ ପରିଡ଼ା(ରସାୟନ ବିଜ୍ଞାନ)୩ ୟ ସ୍ଥାନ ଗ୍ରହଣ କରିଛନ୍ତି। କୁଳ ସଚିବ ସରୋଜ କୁମାର ଦାସ,ଦେବୀପ୍ରସାଦ ଦାସ, ଡ଼.ମିହିର ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଗତକାଲି କୁଳାଧିପତି କପ୍ ପାଇଁ ଇଂରାଜୀ ବତ୍କୃତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ବିଚାରକ ଭାବରେ ପ୍ରଫେସର ନିହାର ରଞ୍ଜନ ମିଶ୍ର, ଡ଼. ଟି . ଈଶ୍ବର ରାଓ, ଡ଼.ବନ୍ଦିତା ପଣ୍ଡା ଉପସ୍ଥିତ ଥିଲେ।ଏଥିରେ ଯୋଗଦେଇଥିବା ପ୍ରତିଯୋଗୀ ମାନକ ମଧ୍ୟରୁ ପ୍ରିତିସ୍ମିତା ମହାନ୍ତି ୧ ମ,ଆଲୋକ କୁମାର ସାହୁ ଓ ପ୍ରଶାନ୍ତ କୁମାର ସାହୁ ୨ ୟ, ଦୀପ୍ତିମୟୀ ରଥ,ବି.ଗାୟତ୍ରୀ ଓ ଶୁଭଶ୍ରୀ ରାଉତ ୩ ୟ ସ୍ଥାନ ଗ୍ରହଣ କରିଥିଲେ।




