
୧୦/୧୨/୨୧ (ଜିଲ୍ଲା ଖବର ) : ମମିତାକୁ ନ୍ୟାୟ ଆଜି ରାସ୍ତାକୁ ଓହ୍ଲାଇବ ଛାତ୍ର କଂଗ୍ରେସ । ଶହ ଶହ କର୍ମୀ ଶୋଭାଯାତ୍ରାରେ ବାହାରି ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି କରିଆସୁଛି ଦଳ ।
ମମିତା ମେହେର ଘଟଣାର ଷଡଯନ୍ତ୍ରକାରୀଙ୍କୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ କରିଛି କଂଗ୍ରେସ । ଯେଉଁ ପର୍ଯ୍ୟନ୍ତ ଦୋଷୀ ଦଣ୍ଡ ପାଇନି ଛାତ୍ର କଂଗ୍ରେସ ଲଢେଇ ଜାରି ରହିବ ବୋଲି ଚେତାବନୀ ଦେଇଛି ।



