ସମ୍ପୂର୍ଣ୍ଣ ସୁସ୍ଥ: ହେଲେ କରୋନା ରିପୋର୍ଟରେ ୯ ଜଣ ମୃତ

21

ମୟୁରଭଞ୍ଜ,୧୦/୧୨/୨୧ (ଜିଲ୍ଲା ଖବର ) : ବଞ୍ଚି ଥାଉ ଥାଉ କାଗଜ ପତ୍ରରେ ମୃତ । ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ୯ ଜଣ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଥିବା ରିର୍ପୋଟରେ ଉଲ୍ଲେଖ ରହିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଖୁଣ୍ଟା ତହସିଲ୍ ଅଧିନ ଧନାପନା ଗ୍ରାମରେ।  କୋଭିଡ ମୃତ୍ୟୁ ହେରଫେରକୁ ନେଇ ଆସିଛି ଏମିତି ସାଂଘାତିକ ତଥ୍ୟ।

ଧନାପନା ଗ୍ରାମର ୯ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ସାରିଛନ୍ତି । ତେବେ ରିର୍ପୋଟରେ ଏହି ୯ ଜଣଙ୍କୁ ମୃତ ବୋଲି ଦର୍ଶାଯାଇଛି। ଏଭଳି ଏକ ସାଂଘାତିକ ଘଟଣା ଜଣାପଡିବା ପରେ ସ୍ଥାନୀୟ ବିସିପୁର ରାଜସ୍ୱ ନିରୀକ୍ଷକଙ୍କୁ ତହସିଲଦାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏଭଳି ସାଂଘାତିକ ତ୍ରୁଟି ଫଚରେ କାହାର ହାତ ଅଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।