Home ଆଞ୍ଚଳିକ ବିପିନ ରାୱତଙ୍କ ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ କ୍ୟାଣ୍ଟର ବରାର ସ୍କ୍ୱାୟାରରେ ହେବ ଅନ୍ତିମ ସଂସ୍କାର

ବିପିନ ରାୱତଙ୍କ ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ କ୍ୟାଣ୍ଟର ବରାର ସ୍କ୍ୱାୟାରରେ ହେବ ଅନ୍ତିମ ସଂସ୍କାର

16

୧୦/୧୨/୨୧ (ଜିଲ୍ଲା ଖବର ) : କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ CDS ବିପିନ ରାୱତଙ୍କ ମୃତ୍ୟୁ ଘଟଣା । ଆଜି ଦିନ ୧୧ଟାରେ ଜେନେରାଲ୍ ରାୱତ୍ ଏବଂ ପତ୍ନୀ ମଧୁଲିକାଙ୍କ ଶବ କାମରାଜ ମାର୍ଗସ୍ଥିତ ସରକାରୀ ବାସଭବନକୁ ନିଆଯିବ। ଅପରାହ୍ଣ ପ୍ରାୟ ୨ଟା ବେଳେ ତିନି ବାହିନୀର ସାମରିକ ବାଦ୍ୟ ବାଜଣ ସହ ଦୁହିଁଙ୍କ ଶବ ଧୌଲା କୁଆଁରେ ଥିବା ବ୍ରାର୍ ଶ୍ମଶାନକୁ ନିଆଯିବ।

ଅପରାହ୍ଣ ୪ଟାରେ ସେମାନଙ୍କର ଶବଦାହ କରାଯିବ। ଜେନେରାଲ୍ ରାୱତ୍‌ଙ୍କ ବିୟୋଗରେ ଦେଶ ଓ ବିଦେଶରୁ ଶ୍ରଦ୍ଧାଞ୍ଜଳି ଆସୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜଣେ ବିଚକ୍ଷଣ ସୈନିକ ଏବଂ ବାସ୍ତବ ଦେଶଭକ୍ତ ବୋଲି ଅଭିହିତ କରିଛନ୍ତି।