Home ଆଞ୍ଚଳିକ ଆଜି ବି ଅଚଳ ହେବ କି ଗୃହ ? ମମିତା ଝଡ ଥମିବାର ନାଁ ଧରୁନି

ଆଜି ବି ଅଚଳ ହେବ କି ଗୃହ ? ମମିତା ଝଡ ଥମିବାର ନାଁ ଧରୁନି

9

୧୦/୧୨/୨୧ (ଜିଲ୍ଲା ଖବର ) : ଆଜି ବି ଅଚଳ ହେବ କି ଗୃହ? ମମିତା ଝଡ ଥମିବାର ନାଁ ଧରୁନି। ବିରୋଧି ଜିଦରେ ଅଟଳ, ଦିବ୍ୟଶଙ୍କର ମିଶ୍ର ଇସ୍ତଫା ନଦେବା ପର୍ଯ୍ୟନ୍ତ ଗୃହରେ ଚଳାଇ ଦେବେନିସ ବିରୋଧି। ଆଜି ପୁଣି ମମିତା ପ୍ରସଙ୍ଗକୁ ନେଇ ଗୃହ ହୋଇପାରେ ସରଗରମ । ଲଗାତାର 8 ଦିନ ଧରି ମମିତା ଝଡରେ ବିଧାନସଭା କାର୍ଯ୍ୟ ସମ୍ପୂର୍ଣ୍ଣ ଅଚଳ ରହିଛି।

ଆଜି ମଧ୍ୟ ଗୃହରେ ପୁଣି ମମିତା ପ୍ରସଙ୍ଗ ଉଠିବା ସମ୍ଭାବନା ଥିବା ବେଳେ ଗୃହ କାର୍ଯ୍ୟ ସ୍ୱଭାବିକ ହେବ କି ପାହିଁ ତା ଉପରେ ନଜର ରହିଛି। ଗତକାଲି ମମିତାଙ୍କ ପରିବାରକୁ ନ୍ୟାୟ ଦାବିରେ ବିଜେପି ଯୁବମୋର୍ଚ୍ଚା ବିଧାନସଭା ସମ୍ପୁଖରେ ଜୋରଦାର ପ୍ରତିବାଦ କରିଥିଲା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ସହ ଘଟଣାର ତଦନ୍ତ ଦାବି କରାଯାଇଥିଲା। ହଜାର ହଜାର କର୍ମୀ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ସହ ବିକ୍ଷୋଭକାରୀଙ୍କ ଧସ୍ତାଧସ୍ତି ହୋଇଥିଲା।