
ପୁରୀ, ୧୦/୧୨/୨୧ (ଜିଲ୍ଲା ଖବର ) : ଆଜି ବସିବ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ସାଢେ ୪ଟା ବେଳେ ନିଳାଦ୍ରୀ ଭକ୍ତ ନିବାସରେ ବୈଠକ ବସିବା ନେଇ ସୂଚନା ରହିଛି । ଜିଲ୍ଲାପାଳ, ଏସପି ଓ ପ୍ରଶାସନିକ ଅଧିକାରୀମାନଙ୍କ ସହ ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧି ମାନେ ଏହି ବୈଠକରେ ଯୋଗ ଦେବେ।
ବୈଠକରେ ୧୬ରୁ ୧୩ଜାନୁଆରୀ ପର୍ଯ୍ୟନ୍ତ ପହିଲି ଭୋଗ ନୀତି, ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି, ୧୭ରେ ଦେବାଭିଷେକ ନେଇ ହେବ ନୀତି ନିର୍ଘଣ୍ଟ। ନୀତି ସୃଙ୍ଖଳିତ କରିବା ଉପରେ ଦିଆଯିବ ବିଶେଷ ଗୁରୁତ୍ୱ। ସେପଟ ଆଜି ସାଢେ ୧୧ଟାରେ ନିଳାଦ୍ରୀ ଭକ୍ତ ନିବାସରେ ବସିବ ନୀତି ସବକମିଟି ବୈଠକ। ସାଢେ ୧୨ଟାରେ ସେବାୟତ ଓ ସେବାୟତଙ୍କ ପରିବାର ପାଇଁ ଶୁଭାରମ୍ଭ ହେବ ମାଗଣା ସ୍ୱାସ୍ଥ୍ୟ ଶିବିର ।



