
ଭୁବନେଶ୍ୱର,୧୦/୧୨/୨୧ (ଜିଲ୍ଲା ଖବର ) : ଆଜି ରାଜ୍ୟରେ ୩ଜଣଙ୍କ ଜୀବନ ନେଲା କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୩୧ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଖୋର୍ଦ୍ଧାରୁ ୨ ଜଣ ଓ ବରଗଡ଼ ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ଜୀବନ ନେଇଛି ଘାତକ କରୋନା ।
ସୂଚନାନୁସାରେ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।



