Sunday, November 15, 2026
Home ଆଞ୍ଚଳିକ ମହାଲକ୍ଷ୍ମୀ ପୂଜା ପାଇଁ ଗଙ୍ଗା ଆବାହନ ଓ ବେଲ ବରଣ ପୂଜା ...

ମହାଲକ୍ଷ୍ମୀ ପୂଜା ପାଇଁ ଗଙ୍ଗା ଆବାହନ ଓ ବେଲ ବରଣ ପୂଜା ଅନୁଷ୍ଠିତ

86

ବିଷମକଟକ : ୦୯/୧୨/୨୧ (ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା ମୁନିଗୁଡାର ପାଇକସାହି ପୂଜା ପଡ଼ିଆ ଠାରେ ଅନୁଷ୍ଠିତ ହେଉଥିବା ୩୪ତମ ମହାଲକ୍ଷ୍ମୀ ପୂଜା ପାଇଁ ଗୁରୁବାର ଗଙ୍ଗା ଆବାହନ ଓ ବେଲ ବରଣ ପୂଜା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ପୁରୋହିତ ଜଗବନ୍ଧୁ ପଣ୍ଡାଙ୍କ ପୌରହିତ୍ୟରେ ମୁନିଖୋଲ ନାଳ ଠାରେ କଳସ ସ୍ଥାପନ କରି ଗଙ୍ଗା ପୂଜା, ସୂର୍ଯ୍ୟ ପୂଜା,ଗଙ୍ଗା ଆବାହନ ସହ ବିଭିନ୍ନ ପୂଜା କରାଯାଇଥିଲା l ପରେ ପୂଜା କମିଟିର ସଭାପତି ପୂର୍ଣଚନ୍ଦ୍ର ଗୌଡ଼ ଓ ଚକ୍ରପାଣି ମାର୍ଥାଙ୍କ ମିଳିତ ସହର ପରିକ୍ରମା କରି ପୂଜା ମଣ୍ଡପ ଠାରେ ପହଞ୍ଚିଥିଲେ ଏଥିସହ ବେଲ ବରଣ ପୂଜା କରାଯାଇଥିଲା l

କର୍ତା ଭାବେ ଅରକ୍ଷିତ ମାର୍ଥା,କୌତୁକି ମାର୍ଥା କାର୍ଯ୍ୟ ତୁଲାଉଥିବା ବେଳେ ପୁରହିତ ନିକୁଞ୍ଜ ଶତପଥୀ,ସଦାନନ୍ଦ ମହାପାତ୍ର ପ୍ରମୁଖ ସହଯୋଗ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମକୁ କମିଟିର ଉପ ସଭାପତି ସମ୍ବାରୁ କୁମୁରୁକା,ସାଂକୃତିକ ସମ୍ପାଦକ ନିରଞ୍ଜନ ସାହୁ,ଯୁଗ୍ମ ସମ୍ପାଦକ ଭୋଳା ବିଶ୍ୱାଳ, କୋଷାଧକ୍ଷ ରମାକାନ୍ତ ମାର୍ଥା, ଉପଦେଷ୍ଟା ରାଜକୁମାର ବେହେରା, କେ.ସତ୍ୟନାରାୟଣ ରାଓ,l ଭାରତବନ୍ଧୁ ନାୟକ,ହରିଶ୍ଚନ୍ଦ୍ର ମାର୍ଥା,ବୀରଭଦ୍ର ଆଚାରୀ,ନନ୍ଦ କିଶୋର ପଟ୍ଟନାୟକ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ପରିଚାଳନା କରିଥିଲେ l