Sunday, November 15, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲାପାଳଙ୍କ ଆସିକାରେ ସ୍ଥିତି ସମୀକ୍ଷା

ଗଞ୍ଜାମ ଜିଲ୍ଲାପାଳଙ୍କ ଆସିକାରେ ସ୍ଥିତି ସମୀକ୍ଷା

18

୦୮/୧୨/୨୧ (ଜିଲ୍ଲା ଖବର ) : ଆସିକାରେ ବିଭିନ୍ନ ଉନ୍ନୟନ ମୂଳକ କାମର ସ୍ଥିତି ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ. ଦ୍ୱିତୀୟ ପର୍ଯ୍ୟାୟରେ ୧୪ ଟି ହାଇସ୍କୁଲ ରୂପାନ୍ତର ହୋଇ ସ୍ମାର୍ଟ ସ୍କୁଲରେ ପରିଣତି ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ.ସକାଳୁ ସକାଳୁ ଆସିକା ବ୍ଲକ କାର୍ଯ୍ୟାଳୟ ଯାଇ ବିଡ଼ିଓଙ୍କ ସହ ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ. ପରେ ପରେ ଏନ ଏ ସି କୁ ଯାଇ ସ୍ୱଚ୍ଛସାଥି ମାନଙ୍କ ସହ ଆଲୋଚନା କରିଥିଲେ. ହରିହର ହାଇସ୍କୁଲ ଖେଳ ପଡିଆର ଉନ୍ନତି ସହିତ ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ସମ୍ପର୍କରେ ବୁଝିଥିଲେ. ଶେଷରେ ଚାଷୀ ମାନଙ୍କ କ୍ଷୟକ୍ଷତି ସମ୍ପର୍କରେ ଆକଳନ କରିବା ନିମନ୍ତେ ତହସିଲଦାରଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ.ଏହି ଗ୍ରସ୍ତ ସମୟରେ ସ୍ଥାନୀୟ ନେତୃବୃନ୍ଦ ମାନେ ମଧ୍ୟ ଉପସ୍ଥିତ ଥିଲେ.