Monday, November 16, 2026
Home ଆଞ୍ଚଳିକ ମହିଳାଙ୍କୁ ନିବସ୍ତ୍ର କରି ମାଡ ମାରିଲେ, ଭିଡିଓ କଲେ

ମହିଳାଙ୍କୁ ନିବସ୍ତ୍ର କରି ମାଡ ମାରିଲେ, ଭିଡିଓ କଲେ

39

୦୮/୧୨/୨୧ (ଜିଲ୍ଲା ଖବର) : କଥାଟା ଛି..ରୁ ଆରମ୍ଭ କରିବା ଠିକ୍‌ ହେବ। କାରଣ ଏଠି ଏମାନେ ଯାହା କରିଛନ୍ତି ତାହା କୌଣସି ସଭ୍ୟ ସମାଜ ପାଇଁ ଅପରାଧଠାରୁ କମ୍ ନୁହେଁ। ମହାଭାରତରେ ଦୁଃଶାସନ ଦୌପଦୀଙ୍କୁ ବିବସନା କରି ଯେଉଁ ଅପରାଧ କରିଥିଲା, ଏଠି ବି ଠିକ୍ ସେଇଆ ହୋଇଛି।

ଘଟଣାଟି ପାକିସ୍ତାନର।  ଯେଉଁଠି ହଜି ଯାଇଛି ମାନବିକତା।  ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏହି ଅତ୍ୟନ୍ତ ନିନ୍ଦନୀୟ ଘଟଣାଟି ପୂରା ପାକିସ୍ତାନର କାଳିମାୟ ଇତିହାସରେ ଆଉ ଗୋଟିଏ ଫର୍ଦ୍ଦ ଯୋଡିଛି।

୧୫ରୁ ୨୦ ମୁସଲମାନ ପୁରୁଷ ରାସ୍ତା ମଝିରେ ଚାରି ଜଣ ମହିଳାଙ୍କ ପୋଷାକ ଖୋଲି ନିର୍ଧୁମ ମାଡ ମାରିଛନ୍ତି। ଏମିତିକି ନିଜ ପୁରୁଷ ପଣିଆର ପ୍ରମାଣ ଦେବାକୁ ଯାଇ ଏହି ଏମାନେ ଘଟଣାର ପୂରା ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି। ଜନଗହଳୀପୂର୍ଣ୍ଣ ବିଚ୍ ବଜାରରେ ଏମିତି କାଣ୍ଡ ଘଟିଥିବା ପାକିସ୍ତାନର କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି। 

ସୂଚନାମୁତାବକ,  ପୀଡିତା ମହିଳାମାନେ  ଜରି ଗୋଟାଇବା ଭଳି କାମ କରନ୍ତି।  ଏହି ୪ ଜଣ ମହିଳା ଏକାଠି  ରାସ୍ତାରେ ଯାଉଥିବାଳେ  ଶୋଷ ଲାଗିବାରୁ  ଏକ ଦୋକାନରୁ ପାଣି ମାଗିଥିଲେ।  କିନ୍ତୁ ଦୋକାନୀ ତାଙ୍କୁ  ପିଇବା ପାଇଁ  ନ ଦେଇ ବରଂ ଚୋର ବୋଲି କହିଥିଲେ।  ମିଛ ଅଭିଯୋଗରେ ସେମାନଙ୍କୁ ଅତି ନିର୍ମମ ଭାବରେ ପିଟିବା ଆରମ୍ଭ କରିଦେଇଥିଲେ । 

ପିଡୀତା ମହିଳାମାନେ  ପୋଲିସ୍‌କୁ କହିଛନ୍ତି ଯେ, କିଛି ପୁରୁଷ ସେମାନଙ୍କୁ ଦୋକାନରୁ ଧକ୍କା ମାରି ବାହାର କରିବା ପରେ ୪ ଜଣଙ୍କୁ ରାସ୍ତା ମଝିରେ ପୋଷାକ ଖୋଲି ଭିଡିଓ କରିଥିଲେ।  ତେବେ ପୋଲିସ୍‌ ଏହି ମାମଲାରେ ତଦନ୍ତ କରି ଦୋକାନ ମାଲିକ ସମେତ ୫ ଜଣଙ୍କୁ ଗିରଫ କରିଛି।