ଗାଡିରୁ ଓହ୍ଲାଉନାହାଁନ୍ତି ଦିଦି

23

ଜଗତସିଂହପୁର, ୦୮/୧୨/୨୧ (ଜିଲ୍ଲା ଖବର) :  ସ୍ଵାସ୍ଥ୍ୟ ବିଭାଗର ବେପରୁଆ ଟୀକାଦାନ। ଗାଡିରୁ ଓହ୍ଲାଉନାହାଁନ୍ତି ଦିଦି। ଗାଡିରେ ବସି ଟୀକା ଦେଉଥିବା ଭିଡିଓ ଏବେ ବେଶ ଭାଇରଲ ହେବାରେ ଲାଗିଛି। ଗାଁ ଗାଁ ବୁଲି ଟୀକା ଦାନ କରିବା ପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ବଛାଳ ଗ୍ରାମରେ ଦିଦି ମାନେ ଭିନ୍ନ ଧରଣର ଟୀକା ଦେଉଥିବା ଦେଖିବାକୁ ମିଳିଛି।

 ସ୍ଵାସ୍ଥ୍ୟ ବିଭାଗର ଅଧିକାରି ମାନେ ଗାଡ଼ି ଭିତରେ ବସି ଟୀକା ଦେଉଛନ୍ତି। ସ୍ଵାସ୍ଥ୍ୟ ବିଭାଗର ଖାମ୍ ଖିଆଲି ମନୋଭାବରେ ଚାଲିଛି ଟୀକା ଦାନ। ଗାଡ଼ିର ସିଟରୁ ନଓହ୍ଲାଇ ଡୋର କାଚ ଦେଇ ଟୀକା ଦେଉଛନ୍ତି ଦିଦି। ଦିନ ତମାମ ଏହିଭଳି ଟୀକା ଦାନ କୁ ଦେଖି ଗାଁ ଲୋକ ବିଚଳିତ ହୋଇ ପଡ଼ିଛନ୍ତି।