
କଟକ,୦୮/୧୨/୨୧ (ଜିଲ୍ଲା ଖବର) : କଟକ ରେଳ ଷ୍ଟେସନରୁ 20 ଲକ୍ଷ ଟଙ୍କା ଜବତ ହୋଇଛି । ରାଜଧାନୀ ଏକ୍ସପ୍ରେସରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିଲେ ବ୍ୟକ୍ତି । ଏକାସାଙ୍ଗରେ 4 ଟା ବ୍ୟାଗ ଦେଖି ପୋଲିସ ପଚରା ଉଚରା କରିଥିଲା । ପରେ ଯାଞ୍ଚ ବେଳେ ତାଙ୍କ ଠାରୁ 20 ଲକ୍ଷ ଟଙ୍କା ଜବତ ହୋଇଥିଲା ।
Grp ଏବଂ rpf ମିଳିତ ଉଦ୍ୟମରେ ଟଙ୍କା ଜବତ ହୋଇଛି । ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା କରୁଛି rpf ।
ସେପଟେ ଅଟକ ବ୍ୟକ୍ତିଙ୍କ କହିବାନୁଯାୟୀ, ସେ ମାର୍କେଟିଂରେ କାମ କରନ୍ତି । ଦିଲ୍ଲୀରେ ଏକ ବିବାହରେ ଏହି ଟଙ୍କା ଲାଗିଥାନ୍ତା । ସେଥିପାଇଁ ସେ ଟଙ୍କା ନେଇ ଯାଉଥିଲେ ବୋଲି କହିଛନ୍ତି ।



