ଗାର୍ଲଫ୍ରେଣ୍ଡକୁ ମୋବାଇଲ ଦେବାକୁ ଧାନ ଚୋରି କରୁଥିଲେ, ଛେଚା ଖାଇଲେ…

30

ବରଗଡ,୦୮/୧୨/୨୧ (ଜିଲ୍ଲା ଖବର) :  ଗାର୍ଲଫ୍ରେଣ୍ଡକୁ ମୋବାଇଲ ଗିଫ୍ଟ ଦେବାକୁ ଧାନ ଚୋରି କରୁଥିଲା ଯୁବକ । ରାତି ଅଧରେ ସମସ୍ତେ ଶୋଇଥିବା ଅବସ୍ଥାରେ ଧାନ ଚୋରି କରି ବାଇକରେ ବୋହି ନେଉଥିଲା ।  ହେଲେ ଦୁର୍ଭାଗ୍ୟ ବସତଃ ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥିଲା । ନିର୍ଦ୍ଧୁମ ମାଡ ଖାଇବା ସହ ଲୋକେ ତାକୁ ଖୁଣ୍ଟରେ ବାନ୍ଧି ଦେଇଥିଲେ ।

ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ମେଲ୍ଟାମୁଣ୍ଡା ଥାନା ଅନ୍ତର୍ଗତ ଶନିମାଳ ଗାଁରେ ।

ସୂଚନା ମୁତାବକ କୁଚିପାଲି ଗ୍ରାମର ଗିରିଶ ଭୁଏ, ଶନିମାଳ ଗ୍ରାମର ବିହାରୀ ଭୁଏଙ୍କ ଘରୁ ରାତିରେ ଧାନ ବସ୍ତା ବାଇକରେ ଲଦି ନେଇଯାଉଥିଲେ । ସେହି ସମୟରେ ବିହାରୀ ଚୋରକୁ ଦେଖି ଚୋର ଚୋର କହି ଚିତ୍କାର କରିଥିଲା ।  ସେହି ସମୟରେ ସ୍ଥାନୀୟ ଯୁବକ ମାନେ ଚୋର କୁ କାବୁ କରି ନେଇଥିଲେ ।  ତାପରେ ପ୍ରବଳ ମାଡ ମାରିବା ସହ ଗାଁ ବିଜୁଳି ଖୁଣ୍ଟରେ ବାନ୍ଧିଥିଲେ ।

ଚୋରକୁ କାହିଁକି ଚୋରି କରୁଛୁ ପଚାରିବାରୁ ଗାର୍ଲଫ୍ରେଣ୍ଡକୁ ମୋବାଇଲ ଦେବା ପାଇଁ ଚୋରି କରିଛି ବୋଲି ସିଧାସଳଖ କହୁଛି । ପରେ ଘଟଣାସ୍ଥଳରେ ପୋଲିସ ପହଁଚି ଚୋରକୁ ଥାନାକୁ ନେଇଥିଲା ।  ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି ।