Monday, October 12, 2026
Home ଆଞ୍ଚଳିକ ଭାରତର ସବୁଠାରୁ ପାୱରଫୁଲ ମହିଳା ହେଲେ ନିର୍ମଳା, Forbes ପକ୍ଷରୁ ପ୍ରକାଶ ପାଇଲା ବିଶ୍ୱର ୧୦୦...

ଭାରତର ସବୁଠାରୁ ପାୱରଫୁଲ ମହିଳା ହେଲେ ନିର୍ମଳା, Forbes ପକ୍ଷରୁ ପ୍ରକାଶ ପାଇଲା ବିଶ୍ୱର ୧୦୦ ଜଣଙ୍କ ଲିଷ୍ଟ

14

ନୂଆଦିଲ୍ଲୀ,୦୮/୧୨/୨୧ (ଜିଲ୍ଲା ଖବର) : ଦୁନିଆର ସବୁଠାରୁ ଚର୍ଚ୍ଚିତ ମ୍ୟାଗାଜିନ୍ ଫୋର୍ବସ ପକ୍ଷରୁ ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି । ଏହି ଲିଷ୍ଟରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ଥାନ ପାଇଛନ୍ତି । ସେ ଏହି ପାୱରଫୁଲ ଲିଷ୍ଟରେ ୩୭ତମ ସ୍ଥାନରେ ରହିବା ସହ ଭାରତର ସବୁଠାରୁ ଶକ୍ତିଶାଳୀ ମହିଳା ବିବେଚିତ ହୋଇଛନ୍ତି । ଏହି ଲିଷ୍ଟ ମୁତାବକ, ନିର୍ମଳା ଆମେରିକାର ଟ୍ରେଜେରୀ ସେକ୍ରେଟାରୀ ଜେନେଟ ୟେଲେନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

ଫୋର୍ବସ ପକ୍ଷରୁ ବିଶ୍ୱର ମୋଟ ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରାଯାଇଛି । ଦୁନିଆର ଅନ୍ୟତମ ଧନ୍ୟବ୍ୟକ୍ତି ଆମାଜନର ପ୍ରତିଷ୍ଠାତା ଜେଫ୍ ବୋଜେସଙ୍କ ପୂର୍ବତନ ପତ୍ନୀ ମ୍ୟାକେଞ୍ଜି ସ୍କଟ ଏକ ନମ୍ବର ଓ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ ଦୁଇ ନମ୍ବର ସ୍ଥାନରେ ରହିଛନ୍ତି । ପୂର୍ବାପେକ୍ଷା ଚଳିତ ଥର ନିର୍ମଳାଙ୍କ ସ୍ଥିତିରେ ବହୁତ ସୁଧାର ଆସିଥିବା ଜଣାପଡ଼ିଛି । ସେଥିରେ Nykaa ଫାଉଣ୍ଡର ତଥା ସିଇଓ ଫାଲଗୁନୀ ନାୟର ୮୮ତମ ସ୍ଥାନରେ ରହିଛନ୍ତି । ଭାରତର ମୋଟ ୪ ଜଣ ମହିଳା ଏହି ଲିଷ୍ଟରେ ସ୍ଥାନ ପାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏଚସିଏଲ ଟେକ୍ନୋଲୋଜିଜର ଅଧ୍ୟକ୍ଷା ରୋଶନୀ ନାଡର ମାଲହୋତ୍ରା ୫୨ତମ, ବିଟକଏନ ଖାଉଣ୍ଡର କିରଣ ମଜୁମଦାର ଶ’ ୭୨ତମ ସ୍ଥାନରେ ରହିଛନ୍ତି ।