ମୃତ ବ୍ୟକ୍ତିଙ୍କ ନାମରେ ଜମି ବିକ୍ରି କରିଥିଲେ, ଧରାପଡିଲେ ୫ ଅଭିଯୁକ୍ତ

5

ଢେଙ୍କାନାଳ,୦୮/୧୨/୨୧ (ଜିଲ୍ଲା ଖବର) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଙ୍ଗା ଗ୍ରାମର କିଛି ଅସାଧୁ ଶ୍ରେଣୀର ବ୍ୟକ୍ତି ମୃତ ବ୍ୟକ୍ତିଙ୍କ ନାମରେ ଜମି ବିକ୍ରି କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ପୋଲିସ ଗିରଫ କରିଛି ।

ପ୍ରକାଶ ଥାଉ କି ମୃତ ବ୍ୟକ୍ତିମାନଙ୍କ ନକଲି ଆଧାର କାର୍ଡ ଓ ଫଟୋ ଯୋଗାଡ କରି ଗ୍ରାମର ଉକ୍ତ ଜାଗାକୁ କରୋନା ମହାମାରୀରେ ମୃତ୍ୟୁ ହୋଇଥିବା ବ୍ୟକ୍ତିମାନଙ୍କୁ ଜୀବିତ ଦେଖାଇ ଜାଗା ବିକ୍ରିକରି ତାଙ୍କମାନଙ୍କ ନାମରେ ଜାଗାକୁ ସୁରକ୍ଷିତ ରଖିଥିବା ଉକ୍ତ ଗ୍ରାମର ଲୋକ ଓ ମୃତ ବ୍ୟକ୍ତିର ପରିଜନ ମାନେ ଜାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତଦନ୍ତ ପରେ ଜମି ହଡ଼ପରେ ସପୃକ୍ତି ଥିବା ୫ ଜଣଙ୍କୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।