ସ୍ତ୍ରୀ ମାନ୍ୟତା ଦାବିରେ ଶ୍ୱଶୁରଙ୍କ ଘର ଆଗରେ ଧାରଣା ଦେଲେ ବୋହୂ , ବିତିଲା ୬ ଦିନ

37

ତାଳଚେର , ୦୮/୧୨/୨୧ (ଜିଲ୍ଲା ଖବର) ଶ୍ୱଶୁରଙ୍କ ଘର ଆଗରେ ଧାରଣା ଦେଲେ ବୋହୂ , ସ୍ତ୍ରୀ ମାନ୍ୟତା ଦାବି ବାରଣ୍ଡାରେ ବିତିଲା ୬ ଦିନ। ବାପ ଘରେ ଛାଡ଼ି ଥିଲେ ସ୍ୱାମୀ। ଦୁଇମାସ ପରେ ଶ୍ବଶୁର ଘରକୁ ନେବା କହି ଯାଇଥିଲେ ଯେ ଆଉ ଫେରିନଥିଲେ । ସ୍ତ୍ରୀଙ୍କ ସହ କୌଣସି ସମ୍ପର୍କ ବି ରଖିନଥିଲେ । ଏହା ପରେ ମହିଳା ଜଣ ବାଧ୍ୟ ହୋଇ ଶ୍ୱଶୁର ଘରକୁ ଫେରିଥିଲେ। କିନ୍ତୁ ଘରକୁ ପ୍ରବେଶ କରୁଥିବା ବେଳେ ସ୍ବାମୀଙ୍କ ପରିବାର ମଧ୍ୟ ଘର ଭିତରକୁ ପଶିବାକୁ ଦେଇନଥିଲେ । ଏହାକୁ ବିରୋଧ କରି ପତ୍ନୀ ଶ୍ୱଶୁର ଘର ଆଗରେ ଧାରଣାରେ ଦେଇଛି।

ସୂଚନା ମୁତାବକ,  କୌଣସି ନା କୌଣସି କାରଣକୁ ନେଇ ଆଜି ବିଭିନ୍ନ ସମୟରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପଡ଼ୁଛି ଜବନିକା । ଏପରି ଏକ ଘଟଣା ଘଟିଛି ତାଳଚେର ଥାନା ଅନ୍ତର୍ଗତ ବନ୍ତୁଲ ପଂଚାୟତର ବଙ୍ଗୁ ଗ୍ରାମରେ । ଅନୁଗୁଳ ହେମସରପଡ଼ାର ମାୟାଧର ସାହୁଙ୍କ ଝିଅ ଡ଼ଲିରାଣୀ ସାହୁ (୩୪) ବୈଦିକ ରୀତିରେ ତାଳଚେର ଅଂଚଳର ବଙ୍ଗୁ ଗ୍ରାମର ଅକ୍ଷୟ କୁମାର ସାହୁଙ୍କୁ (୪୭) ୧ ଡ଼ିସେମ୍ବର ୨୦୧୭ରେ ଅନୁଗୁଳ ସ୍ଥିତ ମା’ବୁଢ଼ୀଠାକୁରାଣୀଙ୍କ ମନ୍ଦିରରେ ବିବାହ କରିଥିଲେ । ସମସ୍ତ ଜାନିଯୌତୁକ ଦିଆଯାଇଥିଲା ବୋଲି ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି ।

ବିବାହର ଏକ ବର୍ଷ ପରେ ସ୍ୱାମୀ ସ୍ତ୍ରୀଙ୍କ ସାମାନ୍ୟତମ ମନମାଳିନ୍ୟକୁ ସ୍ୱାମୀ ଘରଛାଡ଼ି ଚାଲିଯାଇଥିଲେ । ଏହାର ୪ମାସ ପରେ ତାଙ୍କ ସ୍ତ୍ରୀ ଡ଼ଲି କୌଣସି ଉପାୟ ନପାଇ ତାଳଚେର ଥାନାରେ ସ୍ୱାମୀ ନିଖୋଜ ଏତଲା ଦେଇଥିଲେ । ମାତ୍ର ଏହାର କିଛି ଦିନ ବ୍ୟବଧାନରେ ସ୍ୱାମୀ ଶ୍ରୀ ସାହୁ ଘରକୁ ଫେରିଥିଲେ । ତା’ପରେ ୨୦୨୦ ମସିହା ପର୍ଯ୍ୟନ୍ତ ଦୁହିଁଙ୍କ ବୈବାହିକ ସମ୍ପର୍କ ନିକଟତର ଥିଲା । ଏହା ପରେ କୌଣସି କାରଣକୁ ନେଇ ତାଙ୍କ ସ୍ତ୍ରୀ ଶ୍ରୀମତୀ ଡ଼ଲିଙ୍କୁ ସ୍ୱାମୀ ଅନୁଗୁଳସ୍ଥିତ ଶ୍ୱଶୁର ଘରେ ଦୁଇମାସ ପରେ ନେବି କହି ଛାଡ଼ି ଆସିଥିଲେ । ଏହାପରେ ତାଙ୍କ ସ୍ତ୍ରୀଙ୍କ ସହ କୌଣସି ସମ୍ପର୍କ ରଖିନଥିଲେ । ଶ୍ୱଶୁର ଘର ପରିବାର ମଧ୍ୟ ତାଙ୍କୁ ଘର ଭିତରକୁ ପଶିବାକୁ ଦେଇନଥିଲେ । ଫଳରେ ସେ ବାଧ୍ୟହୋଇ ଶୁକ୍ରବାର ଠାରୁ ଘରର ବାରଣ୍ଡାରେ ସ୍ୱାମୀର ମାନ୍ୟତା ପାଇଁ ଧାରଣାରେ ବସିଛନ୍ତି ।