
୦୮/୧୨/୨୧ (ଜିଲ୍ଲା ଖବର) : ‘At Risk’ ଦେଶରୁ ଓଡ଼ିଶା ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୪ ଜଣଙ୍କ ନମୁନା ଜେନୋମ୍ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଛି ।
ଗତକାଲି ସନ୍ଧ୍ୟା ସୁଦ୍ଧା ‘At Risk’ ଦେଶରୁ ଆସିଛନ୍ତି ୯୮୨ ଜଣ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେହିପରି ବିଦେଶ ଫେରନ୍ତାଙ୍କୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ସେହିପରି କିଛି ଲୋକ ଫୋନ ଉଠାଇ ନାହାନ୍ତି, ତେବେ ସ୍ୱାସ୍ଥ୍ୟକର୍ମୀ ଗାଁ ଗାଁ ବୁଲି ସେମାନଙ୍କୁ ଟ୍ରେସ କରୁଛନ୍ତି । ଯଦି ତୃତୀୟ ଲହର ଆସେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ନିରଞ୍ଜନ ମିଶ୍ର ।


